ଟପ୍ ମହିଳା ନକ୍ସଲ ନିହତ, ମୁଣ୍ଡ ଉପରେ ଥିଲା ୮ ଲକ୍ଷର ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଟପ୍ ମହିଳା ନକ୍ସଲ ନିହତ, ମୁଣ୍ଡ ଉପରେ ଥିଲା ୮ ଲକ୍ଷର ପୁରସ୍କାର

ରାୟପୁର: ଛତିଶଗଡ଼ର ନକ୍ସଲପ୍ରବଣ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର୍ ମହିଳା ମାଓବାଦୀ ଜ୍ୟୋତି ମୁରିୟାମି ନିହତ ହୋଇଛି। ତେବେ ଏହି ମହିଳା ଜଣେ କୁଖ୍ୟାତ ନକ୍ସଲ କ୍ୟାଡର୍ ହୋଇଥିବାରୁ ତାଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ଚିନ୍ତଲନର ଓ ଡୋଣ୍ଡିପଦର ଗାଁ ମଧ୍ୟବର୍ତ୍ତୀ ସ୍ଥାନରେ କିଛି ମାଓବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ଡିଆର୍‌ଜି ପକ୍ଷରୁ ଏଥିପାଇଁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। କିନ୍ତୁ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଗୁଳିମାଡ଼ ଆରମ୍ଭ କରିଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଏହି ଗୁଳି ବିନିମୟରେ ହାର୍ଡକୋର ମାଓବାଦୀ ଜ୍ୟୋତି ମୁରିୟାମି ନିହତ ହୋଇଥିଲା ବୋଲି ଡିଆଇଜି ସୁନ୍ଦରାଜ ପି କହିଛନ୍ତି।

ଜ୍ୟୋତି ଉଭୟ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତରେ ଅପରେସନ୍‌ କରୁଥିଲା।



from Odisha Reporter https://ift.tt/2OZrnI2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages