ଭୟଙ୍କର: ମାଂସ କଟା ଛୁରୀରେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ବସିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ଭୟଙ୍କର: ମାଂସ କଟା ଛୁରୀରେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ବସିଲେ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ଜନଗହଳୀପୂର୍ଣ୍ଣ ରାସ୍ତାରେ ଭୟଙ୍କର ଘଟଣା ଘଟିଛି। ଜଣେ ବ୍ୟକ୍ତି ହାତରେ ମାଂସ କଟା ଛୁରୀରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛି। ଖାଲି ସେତିକି ନୁହେଁ, ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ଜଣଙ୍କ ମୃତଦେହ ନିକଟରେ ବସି ରହିବା ଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଭୟଙ୍କର ଦୃଶ୍ୟର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। କିନ୍ତୁ କୌଣସି ଗଣମାଧ୍ୟମ ଘଟଣାଟି ଏତେ ଭୟଙ୍କର ରହିଥିଲା ଯେ ତା’ର ଭିଡିଓ ପ୍ରସାରଣ କରିବାକୁ ଉଚିତ ମଣିନାହାନ୍ତି। ତେବେ କିଛି ଲୋକ ଏହାକୁ କେବଳ ଦେଖିବା ସହ ଏହାର ଶୁଟିଂ କରିଥିଲେ। କିନ୍ତୁ ଏହି ଘଟଣାର ପ୍ରତିବାଦ କେହି କରି ନଥିଲେ। ଜଣେ ଟ୍ରାଫିକ୍‌ ପୁଲିସ୍‌ ହତ୍ୟାକାରୀକୁ ପ୍ରତିରୋଧ କରିଥିଲେ ହେଁ ଏକାକୀ କିଛି କରିପାରି ନଥିଲେ।

ହତ୍ୟାକାରୀ ଜଣଙ୍କ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ଗୋଟିଏ ଭିଡିଓରୁ ଜଣାପଡ଼ିଛି। ଅନ୍ୟ ଏକ ଭିଡିଓରେ ହତ୍ୟାକାରୀ ଜଣଙ୍କ ପିନ୍ଧିଥିବା ଡ୍ରେସ୍‌ଟି ସଂପୂର୍ଣ୍ଣ ଭାବେ ରକ୍ତ ଜୁଡ଼ୁବୁଡ଼ୁ ହୋଇଥିବା ବେଳେ ସେ ମୃତଦେହ ନିକଟରେ ବସିଥିବା ଦେଖିବାକୁ ମିଳୁଛି।

ହତ୍ୟାକାରୀ ଜଣଙ୍କ ନାଁ ଅବଦୁଲ ଖାଜା। ସେ ଶାକେର କ୍ୟୁରେସୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛି। ଏକ ଅଟୋ ଭଡ଼ାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମିର୍‌ ଚୌକର ନୟାପୁଲଠାରେ ଏଭଳି ଘଟଣା ଘଟିଛି।



from Odisha Reporter https://ift.tt/2E7jEqm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages