ବିରାଟ୍‌ଙ୍କୁ ଚମକାଇ ଦେଲେ ଏହି ୧୯ ବର୍ଷୀୟ ଅଷ୍ଟ୍ରେଲିଆ ବୋଲର୍‌, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ବିରାଟ୍‌ଙ୍କୁ ଚମକାଇ ଦେଲେ ଏହି ୧୯ ବର୍ଷୀୟ ଅଷ୍ଟ୍ରେଲିଆ ବୋଲର୍‌, ଦେଖନ୍ତୁ ଭିଡିଓ

ଆଡିଲେଡ୍‌: ଆସନ୍ତା ଡିସେମ୍ବର ୬ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। କିନ୍ତୁ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ଓ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ମଧ୍ୟରେ ୪ ଦିନିଆ ଅଭ୍ୟାସ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ଦିନରେ ଭାରତ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଦଳର ୫ ଜଣ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଟିମ୍ ଇଣ୍ଡିଆ ୩୫୮ରେ ଅଲଆଉଟ୍ ହୋଇଯାଇଛି।

ଦଳ ପକ୍ଷରୁ ପୃଥ୍ୱୀ ଶ’, ବିରାଟ୍‌ କୋହଲି, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହଣେ ଓ ହନୁମା ବିହାରୀ ଭଲ ବ୍ୟାଟିଂ କରିବା ସହ ଅଷ୍ଟ୍ରେଲିଆ ମାଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି। କିନ୍ତୁ ଦଳ ମାତ୍ର ୩୫୮ ରନ୍‌ କରିବାରେ ସକ୍ଷମ ହୋଇଛି।

ଷ୍ଟମ୍ପ ଅପସାରଣ ହେବା ବେଳକୁ ଅଷ୍ଟ୍ରେଲିଆ ଏକାଦଶ ବିନା ୱିକେଟ୍‌ରେ ୨୪ ରନ୍‌ କରିଛି।

ତେବେ ବିରାଟ୍‌ କୋହଲିଙ୍କ ଆଉଟ୍‌ ହେବା ବେଳେ ଘଟିଥିଲା ଏକ ଉତ୍କଣ୍ଠାପୂର୍ଣ୍ଣ ଘଟଣା। ବିଶ୍ୱର ୧ ନଂ ବ୍ୟାଟସ୍‌ମ୍ୟାନ୍‌ ବିରାଟ୍‌ କୋହଲିଙ୍କୁ ଅଷ୍ଟ୍ରେଲିଆ ଏକାଦଶର ଜଣେ ୧୯ ବର୍ଷୀୟ ବୋଲର ଜଳକା କରିଦେଇଥିଲେ। ୧୯ ବର୍ଷୀୟ ଆରୋନ ହାର୍ଡି ଏକ ବଲ୍‌ରେ ବିରାଟ୍‌ ଏକଦମ ଆଶ୍ଚର୍ଯ୍ୟ ହୋଇଯିବା ସହ ନିଜ ୱିକେଟ୍‌ ମଧ୍ୟ ହରାଇଥିଲେ।

ବିରାଟ୍‌ ୬୪ ରନ୍‌ କରି ବେଶ ଭଲ ଭାବେ ବ୍ୟାଟିଂ କରୁଥିଲେ। ଏହି ଇନିଂସ୍‌ରେ ବିରାଟ୍‌ ୭ଟି ଚୌକା ଓ ଗୋଟିଏ ଛକା ମଧ୍ୟ ମାରିଥିଲେ। କିନ୍ତୁ ଇଂଲିଶ ଜନ୍ମିତ ହାର୍ଡିଙ୍କ ଏକ ବଲ୍‌ରେ ସବୁ କିଛି ଓଲଟ୍‌ପାଲଟ ହୋଇଯାଇଥିଲା। ବିରାଟ୍‌ ହାର୍ଡିଙ୍କ ବଲଙ୍କୁ ବୁଝିନପାରି ଷ୍ଟ୍ରେଟରେ ବ୍ୟାଟ୍‌ ଚଳାଇଥିଲେ। ତେବେ ବିରାଟ୍‌ଙ୍କ ବ୍ୟାଟ୍‌ରୁ ବଲ୍‌ଟି ଯେତିକି ବେଗରେ ବାହାରିଥିଲା ହାର୍ଡି ତାକୁ ସେତିକି ସହଜରେ ନିଜ ଫଲଥ୍ରୁରେ କ୍ୟାଚ୍‌ କରିନେଇଥିଲେ।

ଏହି କ୍ୟାଚ୍‌ଟିକୁ କେବଳ ବିରାଟ୍‌ ନୁହନ୍ତି, ଷ୍ଟାଡିୟମରେ ଥିବା ସମସ୍ତ ଖେଳାଳି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହାର୍ଡି ଏହି ଇନିଂସ୍‌ରେ ୧୩ ଓଭର୍‌ ବୋଲିଂ କରି ୫୦ ରନ୍‌ ଦେବା ସହ ୪ଟି ୱିକେଟ୍‌ ନେଇଥିଲେ। ଏହି ଘଟଣାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2QtneRe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages