ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ଗୁଡ଼, ଅନେକ ରୋଗରୁ ମୁକ୍ତି ଦିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ଗୁଡ଼, ଅନେକ ରୋଗରୁ ମୁକ୍ତି ଦିଏ

jeggery

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖାଇବା ପରେ ମିଠା ଖାଇବାକୁ ଅନେକ ପସନ୍ଦ କରନ୍ତି। ତେବେ ଅନ୍ୟ ମିଠା ସାମଗ୍ରୀ ଅପେକ୍ଷା ଆପଣ ଗୁଡ଼କୁ ନିଜ ଡାଏଟ୍‌ରେ ସାମିଲ କରି ପାରିବେ। କାରଣ ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ଗୁଡ଼ରେ ସୁକ୍ରୋଜ୍‌ ୫୯.୭, ଗ୍ଲୁକୋଜ୍‌ ୨୧.୮ ପ୍ରତିଶତ, ତରଳ ଖଣିଜ ୨୬ ଓ ଜଳ ୮.୮୬ ପ୍ରତିଶତ ଥାଏ। ଏହାସହ ଗୁଡ଼ରେ କ୍ୟାଲ୍‌ସିୟମ୍‌, ଫସ୍‌ଫରସ୍‌, ଓ ଆଇରନ୍‌ ଭଳି ତତ୍ତ୍ୱ ବହୁତ ପରିମାଣରେ ରହିଥାଏ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ମଧୁମେହ ରୋଗୀ ମଧ୍ୟ ଗୁଡ଼ ଖାଇ ପାରିବେ । କାରଣ ଏଥିରେ ଅନ୍‌ରିଫାଇନ୍‌ଡ୍‌ ପ୍ରାକୃତିକ ଶର୍କରା ବା ନ୍ୟାଚୁରାଲ ସୁଗାର ରହିଥାଏ। ଯାହାଦ୍ୱାରା ମଧୁମେହ ରୋଗୀଙ୍କୁ କୌଣସି ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ି ନଥାଏ । ଆୟୁର୍ବେଦ ଅନୁସାରେ, ଖାଦ୍ୟ ଖାଇବା ପରେ ୨୦ ଗ୍ରାମ ଗୁଡ଼ ସେବନ କରିବା ଦରକାର। ଏହାଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଗୁଡ଼ ଖାଇଲେ କି ପ୍ରକାର ଲାଭ ଭିଳିଥାଏ।

ଆଇରନ୍‌ର ଅଭାବ ଦୂର ହୋଇଥାଏ

ଏମିତିରେ ତ ବହୁତ ଖାଦ୍ୟ ଅଛି ଯେଉଁଥିରେ ଆଇରନ୍‌ର ଅଭାବ ଦୂର ହୋଇଥାଏ। ଗୁଡ଼ରେ ପ୍ରଚୁର ପରିମାଣରେ ଆଇରନ୍‌ ଥିବାରୁ ଏହା ଏନିମିଆ ରୋଗୀଙ୍କ ପାଇଁ ବହୁ ଲାଭଦାୟକ ହୋଇଥାଏ।

ହଜମ ପ୍ରକିୟା ଠିକ୍‌ କରିଥାଏ

ସ୍ୱାଦିଷ୍ଟ ହେବା ସହ ରକ୍ତକୁ ପରିଷ୍କାର କରିବାରେ ଗୁଡ଼ରେ ଅଦ୍ଭୁତ ଗୁଣ ଅଛି। ଶରୀରରେ ସୃଷ୍ଟି ହେଉଥିବା ଅଦରକାରୀ ପାଦାର୍ଥ ଗୁଡ଼ ଖାଇବା ଦ୍ୱାରା ବାହାରି ଯାଇଥାଏ। ଗୁଡ଼ ପେଟ ସହ ଜଡ଼ିତ ଅନେକ ସମସ୍ୟା ପାଇଁ ରାମବାଣ ସଦୃଶ । ଗ୍ୟାସ୍‌, ଏସିଡ଼ିଟି ଓ ଭୋକ ନ ଲାଗିବା ସମସ୍ୟାକୁ ଗୁଡ଼ କିଛି ମିନିଟ୍‌ରେ ଦୂର କରିଥାଏ। ତେଣୁ ନିୟମିତ କ୍ଷୀର କିମ୍ବା ପାଣି ସହ ଅଳ୍ପ ପରିମାଣରେ ଗୁଡ଼ ଖାଇବା ଉଚିତ୍‌। ଯେଉଁମାନଙ୍କ ଗ୍ୟାସ୍‌ ସମସ୍ୟା ରହିଛି, ସେମାନେ ତ ନିଶ୍ଚିତ ଗୁଡ଼ ଖାଇବା ଉଚିତ୍‌।

ହାଡ଼ ମଜଭୁଦ୍‌ କରିଥାଏ

ଆଣ୍ଠୁ ଗଣ୍ଠି ଦରଜ ହେଉଥିଲେ, ଗୁଡ଼ ଆପଣଙ୍କ ପାଇଁ ଖୁବ୍‌ ଉପକାରୀ। ଗୁଡ଼ରେ ଥିବା କ୍ୟାଲସିୟମ ଓ ଫସ୍‌ଫରସ୍‌ ହାଡକୁ ମଜଭୁଦ୍‌ କରିବାରେ ସହାୟକ ହୋଇଥାଏ। ଏହାଛଡ଼ା ନିୟମିତ ଭାବେ ଅଳ୍ପ ଗୁଡ଼ ସହ କିଛି ଅଦା ସେବନ କରିବା ଦ୍ୱାରା ଥଣ୍ଡାଜନିତ ଆଣ୍ଠୁଗଣ୍ଠି ଦରଜ ସମସ୍ୟାରୁ ମୁକ୍ତି ମିଳିଥାଏ।

jeggeryତ୍ୱଚା ପାଇଁ ଲାଭକାରୀ

ଗୁଡ଼ ତ୍ୱଚା ପାଇଁ ବହୁତ ଉପକାରୀ। ଗୁଡ଼ ରକ୍ତ ସଫା କରିବାରେ ସାହାଯ୍ୟ କରିଥାଏ। ରକ୍ତ ସଫା ରହିବା କାରଣରୁ ତ୍ୱଚା ଚମକଦାର ହେବା ସହ ଆକର୍ଷଣୀୟ ହୋଇଥାଏ।

ଥଣ୍ଡା କାଶ ଦୂର କରେ

ଗୁଡ଼ ସେବନ କରିବା ଦ୍ୱାରା ଥଣ୍ଡା, କାଶ ଓ କଫ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। କିନ୍ତୁ ଧ୍ୟାନ ଦେବେ, ଥଣ୍ଡା ହେବା ସମୟରେ କଞ୍ଚା ଗୁଡ଼ ଖାଇବା ଉଚିତ୍‌ ନୁହେଁ। ଏହାକୁ ଆପଣ ଚାହା କିମ୍ବା ଗୁଡ଼ ଲଡ଼ୁ ପ୍ରସ୍ତୁତ କରି ଖାଇପାରିବେ। ଏହାଛଡ଼ା ଗଳା ବସିବା କିମ୍ବା ଦରଜ ହେଉଥିଲେ ଗୋଲମରିଚ ସହ ୫୦ ଗ୍ରାମ୍‌ ଗୁଡ଼ ମିଶାଇ ଖାଇବା ଦ୍ୱାରା ଏହା ଦୂର ହୋଇଥାଏ।

ଶ୍ୱାସ ରୋଗ ପାଇଁ ଉପକାରୀ

ଶ୍ୱାସ ରୋଗୀଙ୍କୁ ଗୁଡ଼ ସେବନ କରିବାକୁ କୁହାଯାଏ। ଗୁଡ଼ ଶରୀରର ତାପମାନକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ଆଣ୍ଟି ଏଲର୍ଜିକ୍‌ ଗୁଣ ଆସ୍ଥମା ବା ଶ୍ଵାସ ରୋଗୀଙ୍କ ପାଇଁ ଖୁବ୍‌ ଉପକାରୀ ହୋଇଥାଏ।

ଶକ୍ତି ଯୋଗାଏ

ଥକ୍କା ଓ ଦୁର୍ବଳ ଅନୁଭବ କରୁଥିବା ଲୋକଙ୍କ ପାଇଁ ଏହା ଖୁବ୍‌ ଉପକାରୀ। ଏହା ସହଜରେ ହଜମ ହୋଇଯାଇଥାଏ। ତେଣୁ ଗୁଡ଼ ଖାଇଲେ ସୁଗାରର ସ୍ତର ବଢ଼ି ନଥାଏ ଓ ଏନର୍ଜି ଲେଭେଲ୍‌ ସ୍ଥିର ରହିଥାଏ। ଦିନସାରା କାମ କରିବା ପରେ ଯଦି ଥକ୍କା ଅନୁଭବ କରୁଛନ୍ତି, ତେବେ ନିୟମିତ ଗୁଡ଼ ଖାଇବା ଅଭ୍ୟାସରେ ପରିଣତ କରନ୍ତୁ।

ଇମ୍ୟୁନିଟି ବଢ଼ାଏ

ଶରୀରକୁ ସୁସ୍ଥ ଓ ସଂକ୍ରମଣ ସହ ଲଢ଼ିବାର କ୍ଷମତା ଆମ ପ୍ରତିରକ୍ଷା ପ୍ରଣାଳୀ ଉପରେ ନିର୍ଭର କରିଥାଏ। ଆଉ ଗୁଡ଼ରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌, ଜିଙ୍କ୍‌ ଓ ସେଲେନିୟମ୍‌-ଫ୍ରି ରେଡିକଲ୍ସ କ୍ଷତି ରୋକିବାରେ ସାହାଯ୍ୟ କରିଥାଏ। ଏହାସହ ସଂକ୍ରମଣ ସହ ଲଢ଼ିବାକୁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।



from Odisha Reporter http://bit.ly/2BJXtTp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages