ବିଜୟ ପାଇଁ ଦରକାର ୨ ୱିକେଟ୍, କମିନ୍ସ କଣ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ବିଜୟ ପାଇଁ ଦରକାର ୨ ୱିକେଟ୍, କମିନ୍ସ କଣ୍ଟା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ୍‌ ଯାହା କରିପାରିଲେ ନାହିଁ, ସେକଥା ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ କରି ଦେଖାଇଛନ୍ତି। ଭାରତୀୟ ବୋଲରଙ୍କ ମୁକାବିଲା କରି ନପାରି କଙ୍ଗାରୁ ଟିମ୍‌ ବ୍ୟାଟସ୍‌ମ୍ୟାନ୍‌ ଜଣଙ୍କ ପରେ ଜଣେ ପ୍ୟାଭିଲିୟନ୍ ଫେରିଥିବା ବେଳେ କମିନ୍ସ କିନ୍ତୁ ହାର ମାନିବାକୁ ପ୍ରସ୍ତୁତ ନାହାନ୍ତି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଭାରତ ମ୍ୟାଚ୍‌କୁ ୪ ଦିନ ମଧ୍ୟରେ ଶେଷ କରିଦେବ ବୋଲି ଆଶା କରାଯାଉଥିଲେ ହେଁ କମିନ୍ସଙ୍କ ଲଢ଼ୁଆ ଇନିଂସ୍‌ ଯୋଗୁ ମ୍ୟାଚ୍‌ଟି ୫ମ ଦିନକୁ ଯାଇଛି।

୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦେଇଥିବା ୩୯୯ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି କଙ୍ଗାରୁ ଟିମ୍‌ ୮ ୱିକେଟ୍‌ ହରାଇ ୨୮୫ ରନ୍‌ କରିଛି। ୪ର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ କମିନ୍ସ ୬୧ ଓ ନେଥନ ଲାୟନ ୬ ରନ୍‌ କରି ଅପରାଜିତ ରହିଛନ୍ତି। ଭାରତ ବିଜୟଠାରୁ ୨ଟି ୱିକେଟ୍‌ ଦୂରରେ ଥିବା ବେଳେ ଅଷ୍ଟ୍ରେଲିଆ ଜିତିବା ପାଇଁ ୧୪୧ ରନ୍‌ ଆବଶ୍ୟକ କରୁଛି।

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ୨ଟି ଲେଖାଏ ୱିକେଟ୍‌ ପାଇଛନ୍ତି। ସେହିପରି ଇଶାନ୍ତ ଶର୍ମାଙ୍କୁ ଗୋଟିଏ ୱିକେଟ୍‌ ମିଳିଛି।

ଭାରତ ଆଜି ତା’ର ଦ୍ୱିତୀୟ ଇନିଂସ୍‌ରେ ୮ ୱିକେଟ୍‌ ହରାଇ ୧୦୬ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା। ଫଳରେ ଅଷ୍ଟ୍ରେଲିଆକୁ ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହାର ପିଛା କରି ଅଷ୍ଟ୍ରେଲିଆ ଟିମ୍‌ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୩୩ ଥିବା ବେଳେ ଘରୋଇ ଦଳ ତା’ର ଦୁଇ ଓପନର ଆରୋନ ଫିଞ୍ଚ(୩) ଓ ମାର୍‌କସ୍‌ ହ୍ୟାରିସ୍‌(୧୩)ଙ୍କୁ ହରାଇଥିଲା। ଫିଞ୍ଚଙ୍କୁ ବୁମ୍ରା ଆଉଟ୍‌ କରିଥିବା ବେଳେ ହ୍ୟାରିଶ ସ୍ପିନିଂ ଅଲରାଉଣ୍ଡର ଜାଡେଜାଙ୍କ ଶିକାର ହୋଇଥିଲେ।

ସେହିପରି ଭଲ ଫର୍ମରେ ଥିବା ଉସମାନ ଖ୍ୱାଜା(୩୩)ଙ୍କୁ ମହମ୍ମଦ ଶାମି ବୋଲ୍ଡ କରି ଦେଇଥିଲେ। ଶନ୍‌ ମାର୍ଶ ଏବଂ ଡ୍ରାଭିସ୍‌ ହେଡ ୪ର୍ଥ ୱିକେଟ୍‌ ପାଇଁ ୫୧ ରନ୍‌ର ଭାଗୀଦାରି କରିଥିଲେ। ତେବେ ୪୪ ରନ୍‌ କରିଥିବା ମାର୍ଶଙ୍କୁ ବୁମ୍ରା ଏବଂ ହେଡ୍‌ଙ୍କୁ ଇଶାନ୍ତ ଶର୍ମା ଆଉଟ୍‌ କରି ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏହାପରେ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡ ମିଚେଲ ମାର୍ଶ(୧୦) ଏବଂ ଅଧିନାୟକ ଟିମ୍‌ ପେନ୍‌(୨୬)ଙ୍କୁ ସଅଳ ପ୍ୟାଭିଲିୟନ୍‌ ପଠାଇ ଭାରତର ବିଜୟକୁ ସୁନିଶ୍ଚିତ କରିଦେଇଥିଲେ।

ଲାଗୁଥିଲା ମ୍ୟାଚ୍‌ ଆଜି ହିଁ ଶେଷ ହୋଇଯିବ। କିନ୍ତୁ ଏହି ଠାରୁ ଆରମ୍ଭ ହୋଇଥିଲା କମିନ୍ସଙ୍କ ଜଲୱା। ପ୍ରଥମେ ସେ ମିଚେଲ୍‌ ଷ୍ଟାର୍କଙ୍କ ସହ ମିଶି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ। ଦଳୀୟ ସ୍କୋର ୨୧୫ ଥିବା ବେଳେ ବ୍ୟକ୍ତିଗତ ୧୮ ରନ୍‌ କରିଥିବା ଷ୍ଟାର୍କଙ୍କୁ ଶାମି ଆଉଟ୍‌ କରି ଭାରତକୁ ପୁଣି ଆଗୁଆ କରିଦେଇଥିଲେ। ତେବେ ୮ମ ୱିକେଟ୍‌ ପାଇଁ ନେଥନ ଲାୟନଙ୍କ ସହ ମିଶି କମିନ୍ସ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଆରମ୍ଭ କରିଥିଲେ। ୮ମ ୱିକେଟ୍‌ ପାଇଁ ଉଭୟ ୪୩ ରନ୍‌ର ଯୋଡ଼ିଥିଲେ ହେଁ ଲାୟନ କେବଳ ୬ ରନ୍‌ କରିଥିଲେ।

କିନ୍ତୁ ଉଭୟ ଢେର ସମୟ କ୍ରିଜ୍‌ରେ ରହି ଭାରତର ବିଜୟକୁ ବିଳମ୍ବିତ କରିଦେବାକୁ ସକ୍ଷମ ହୋଇଥିଲେ। ଇତି ମଧ୍ୟରେ କମିନ୍ସ ତାଙ୍କ ଟେଷ୍ଟ କ୍ୟାରିୟରର ୨ୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ସେହିପରି ୪ର୍ଥ ଦିବସ ଶେଷ ପର୍ଯ୍ୟନ୍ତ ଦୁହେଁ ଆଉ କୌଣସି କ୍ଷତି ହେବାକୁ ଦେଇ ନଥିଲେ। ଆସନ୍ତାକାଲି ମ୍ୟାଚ୍‌ର ଶେଷ ଦିନ ହୋଇଥିବା ବେଳେ ମ୍ୟାଚ୍‌ର ମୋଡ଼ କେଉଁ ଆଡ଼େ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର।

ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ଟିକିଆ ଟେଷ୍ଟ ସିରିଜ୍‌ ୧-୧ରେ ବରାବର ରହିଛି।



from Odisha Reporter http://bit.ly/2QYezYk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages