ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ

crimebranch

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଅନ୍ତର୍ଗତ ଟେଣ୍ଟୋଇ ଗାଁରେ ଦୁଇ ଜଣ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଗତକାଲି କ୍ରାଇମବ୍ରାଞ୍ଚର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୦ ତାରିଖରେ ବିରିପଡ଼ା ଗାଁର ମାୟାଧର ଦାସଙ୍କ ଝିଅ ପ୍ରିୟଙ୍କା ଦାସ ଓ ଟେଣ୍ଟେଇ ଗାଁର ଲକ୍ଷ୍ମୀପ୍ରିୟା ଦାସଙ୍କ ମୃତ୍ୟୁ ଘଟିଥିଲା। ସେମାନେ ଦୁଇ ଜଣ ସାଙ୍ଗ ଥିଲେ। ଉଭୟ ନିକଟସ୍ଥ ଭିକାରୀ ଚରଣ ହାଇସ୍କୁଲ୍‌ର ନବମ ଶ୍ରେଣୀର ଛାତ୍ରୀ ଥିଲେ।

ଘଟଣା ଦିନ ଟିଉସନ୍ ସରିବା ପରେ ପ୍ରିୟଙ୍କା ଘରକୁ ଫେରି ନଥିଲେ। ସେ ରାତିରେ ଲକ୍ଷ୍ମୀପ୍ରିୟାଙ୍କ ଘରେ ରହିଥିଲେ। ସକାଳୁ ସନ୍ଦେହଜନକ ଅବସ୍ଥାରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ସୋର ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବିଷକ୍ରିୟା ଯୋଗୁ ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲା। ହେଲେ ପୁଲିସ୍‌ର ତଦନ୍ତରେ ଶିଥିଳତା ଅନୁଭବ କରି ଗାଁ ଲୋକେ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ରାଇମ୍‌ବ୍ରାଞ୍ଚ୍‌ ଲିଖିତ ଅଭିଯୋଗ କରିଥିଲେ।

ଗତକାଲି କ୍ରାଇମବ୍ରାଞ୍ଚ ଅଧିକାରୀ ପି.କେ ଦାସ, ସୋର ଥାନା ଆଇଆଇସି କ୍ଷମା ସାଗର ପଣ୍ଡା ଓ ଅନ୍ୟ ପୁଲିସ୍‌ କର୍ମଚାରୀମାନେ ଟେଣ୍ଡେଇ ଏବଂ ବିରିପଡ଼ା ଗାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଛାତ୍ରୀଙ୍କ ବାପାମାଆ ଓ ଗାଁଲୋକଙ୍କୁ ପଚାରାଉଚରା କରାଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2PTBQp2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages