ବିଶ୍ୱାସରେ ବିଷ:ପ୍ରସାଦରେ କୀଟନାଶକ ମିଶାଇଥିଲେ ମନ୍ଦିର ପୂଜାରୀ ଏବଂ ୩ ସହଯୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

ବିଶ୍ୱାସରେ ବିଷ:ପ୍ରସାଦରେ କୀଟନାଶକ ମିଶାଇଥିଲେ ମନ୍ଦିର ପୂଜାରୀ ଏବଂ ୩ ସହଯୋଗୀ

ବେଙ୍ଗାଲୁରୁ: ମନ୍ଦିରରୁ ପ୍ରସାଦ ଖାଇବାପରେ ୧୫ ଜଣଙ୍କ ଜୀବନ ନେଇଥିବା ଏବଂ ୧୨୦ ଜଣଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିବା ଘଟଣା ଉପରୁ ଧୂଆଁ ହଟିବା ଆରମ୍ଭ ହୋଇଛି। କର୍ଣ୍ଣାଟକାର ଏକ ମନ୍ଦିରରେ ନିଜେ ପୂଜାରୀ ଏବଂ ତାଙ୍କର ୩ ସହଯୋଗୀ ଧର୍ମାନୁଷ୍ଠାନକୁ ବଦ୍‌ନାମ କରିବାପାଇଁ ଶ୍ରଦ୍ଧାଳୁଙ୍କୁ ପରସାଯାଇଥିବା ଅନ୍ନ ପ୍ରସାଦରେ ୧୫ ବୋତଲ କୀଟନାଶକ ମିଶାଇଥିବା ପୁଲିସ୍‌ କହିଛି।

ଏହି ପୂଜାରୀଙ୍କ ସହିତ ଜଣେ ମହିଳା, ତାଙ୍କ ସ୍ୱାମୀ ଏବଂ ତାଙ୍କର ଜଣେ ସାଙ୍ଗଙ୍କୁ ଗିରଫ କରାଯାଇ ସେମାନଙ୍କ ନାମରେ ବର୍ତ୍ତମାନ ହତ୍ୟା, ହତ୍ୟା ପାଇଁ ଉଦ୍ୟମ ଏବଂ ଷଡ଼ଯନ୍ତ୍ର ଆଦି ମାମଲା ରୁଜୁ କରାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି। ମହାଦେଶ୍ୱରର ସାଲୁର ମଠ ମଠାଧୀଶ ପଟ୍ଟାଦା ଇମ୍ମାଦି ମହାଦେଶ୍ୱର ସ୍ୱାମୀ ବା ଦେବାନ୍ନା ବୁଦ୍ଧି କେବଳ ଟ୍ରଷ୍ଟର କ୍ଷମତା ଚାହୁଁନଥିଲେ ବରଂ ବର୍ତ୍ତମାନ କ୍ଷମତାରେ ଥିବା ଟ୍ରଷ୍ଟକୁ ବଦ୍‌ନାମ କରିବାକୁ ଚାହୁଁଥିଲେ।

ଏହି ପୂଜାରୀ ବା ମଠାଧୀଶଙ୍କ ନିର୍ଦ୍ଦେଶରେ ମହିଳା ଜଣକ କୀଟନାଶକ ଯୋଗାଡ଼ କରିଥିଲେ ଏବଂ ପ୍ରସାଦ ପ୍ରସ୍ତୁତି ସମୟରେ ତାଙ୍କ ସ୍ୱାମୀ ଓ ତାଙ୍କ ସାଙ୍ଗ ଏସବୁକୁ ମିଶାଇଥିଲେ। ଏହାପରେ ୧୫ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ୧୦୦ ଜଣ ବର୍ତ୍ତମାନ ମଧ୍ୟ ଚିକିତ୍ସାଧୀନ ଅଛନ୍ତି।

ଏପ୍ରିଲ ୨୦୧୭ ଯାଏ ଏହି ମନ୍ଦିର ତାଙ୍କ ଅଧୀନରେ ଥିଲା ଏବଂ ଏଥିରୁ ସେ ଭଲ ରକମର ଆୟ କରୁଥିଲେ। କିନ୍ତୁ ୨୦୧୭ ମସିହାରେ ଗ୍ରାମବାସୀ ଏକ ଟ୍ରଷ୍ଟ ଗଠନ କରିବାପରେ ପୂଜାରୀଙ୍କ ଅକଲ୍‌ ଗୁଡୁମ୍‌ ହୋଇଥିଲା। ଏଇଠୁ ହିଁ ଆରମ୍ଭ ହୋଇଥିଲା ଛକାପଞ୍ଝା।

ଅକ୍ଟୋବର ମାସରେ ମନ୍ଦିର ପରିସରରେ ‘ଗୋପୁରମ୍‌’ ବା ଏକ ସୁଦୃଶ୍ୟ ଗମ୍ବୁଜ ନିର୍ମାଣ ପାଇଁ ଯୋଜନା କରାଯିବାରୁ ପୂଜାରୀ ଜଣକ ନିଜଆଡ଼ୁ ୧.୫ କୋଟିର ଏକ ଆକ୍ସନ୍‌ ପ୍ଲାନ୍‌ ଦେଇଥିଲେ, ଯାହାକି ତାମିଲନାଡ଼ୁର ଜଣେ ସ୍ଥପତି ନିର୍ମାଣ କରିବାର ଥିଲା। କିନ୍ତୁ ଏଥିରେ ଅଧିକ ଅର୍ଥ ଅପଚୟ ହେବାର ଥିବାରୁ ଟ୍ରଷ୍ଟ ଏହାକୁ ନାକଚ କରି ୭୫ଲକ୍ଷ ଟଙ୍କା ବ୍ୟୟର ଏକ ପ୍ଲାନ୍‌ ଦେଇଥିଲେ।

ଏହା ପରେ ଜମି ରହିଥିବା କ୍ରୋଧ କ୍ରମେ ପ୍ରତିଶୋଧ ଆଡ଼କୁ ଗତି କରିଥିଲା। ଡିସେମ୍ବର ୧୪ ତାରିଖରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଏହା ବାସ୍ତବ ରୂପ ନେଇ ମନ୍ଦିର ପରିସରରେ ମୃତ୍ୟୁର ତାଣ୍ଡବଲୀଳା ରଚିଥିଲା।



from Odisha Reporter https://ift.tt/2PMFQr3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages