
ବ୍ରହ୍ମପୁର(ଆଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁଡ଼ିଢେପ ନିକଟରେ ପୁଲିସ୍ ଗୁଳିରେ କୁଖ୍ୟାତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ ମଣି ଗୁରୁତର ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ମାଛୁଆର ଘର ନୟାଗଡ଼ ଜିଲ୍ଲା ରଣପୁରରେ ଖଲ୍ଲିକୋଟ ବଡ଼ଘାଟିରେ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ମଣି ଗୁଡ଼ିଢେପର ବୁଲାବୁଲି କରୁଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ପୁଲିସ୍ ତାର ପିଛା କରିଥିଲା। ଏହି ସମୟରେ ମଣି ପୁଲିସ୍ ଉପରକୁ ଗୁଳି ମାରିଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ପରେ ପୁଲିସ୍ ମଣିକୁ କାବୁ କରିବାରେ ସଫଳ ହୋଇଥିଲା।
ମଣି ନାଁରେ ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ୧୦ରୁ ଅଧିକ ଅପରାଧ ମାମଲା ରହିଛି। ତା’ ପାଖରୁ ଗୋଟିଏ ପିସ୍ତଲ, ୩ଟି ଗୁଳି ଓ ଗୋଟିଏ ମୋଟର ସାଇକେଲ୍ ଜବତ ହୋଇଛି।
from Odisha Reporter http://bit.ly/2BFb9it
No comments:
Post a Comment