ଏହି ସବୁ ଖାଦ୍ୟ ସାମଗ୍ରୀ ଏମିତି ରଖନ୍ତୁ, ଅଧିକଦିନ ଯାଏ ଭଲ ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ଏହି ସବୁ ଖାଦ୍ୟ ସାମଗ୍ରୀ ଏମିତି ରଖନ୍ତୁ, ଅଧିକଦିନ ଯାଏ ଭଲ ରହିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପନି ପରିବା ସହ ଏପରି କିଛି ଖାଦ୍ୟ ସାମଗ୍ରୀ ଅଛି, ଯାହାକୁ  ଆମେ ଅଧିକ ଦିନ ସାଇତି ରଖିବାକୁ ଚାହୁଁଥିଲେ ହେଁ ଏହା ନଷ୍ଟ ହୋଇଯାଏ। ତେବେ ଆପଣ ଜାଣିବା ଦରକାର ଯେ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀକୁ ସାଇତି ରଖିବାର ଭିନ୍ନ ଭିନ୍ନ ଉପାୟ ଅଛି, ଯାହାଦ୍ୱାରା ଏ ସବୁ ଅଧିକ ଦିନ ଭଲ ରୁହେ। ତେବେ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ଅଧିକ ଦିନ ସାଇତି ରଖିବାର ଉପାୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।

୧. ଆଚାରକୁ ବେଶୀ ଦିନ ଯାଏ ରଖିବାକୁ ଚାହୁଁଥିଲେ, ତିଆରି କଲା ବେଳେ ଏଥିରେ ଟିକେ ଭିନେଗାର୍‌ ମିଶାନ୍ତୁ। ଏହାବ୍ୟତୀତ ଆଚାରକୁ କାଚ ଜାର୍‌ରେ ରଖନ୍ତୁ। ଆଚାର ରଖିବା ପୂର୍ବରୁ ଜାର୍‌ ଭିତରେ ଅଳ୍ପ ସୋରିଷ ତେଲ ଲଗାଇ ରଖିଲେ ଆଚାର ଅଧିକ ଦିନ ଯାଏ ରହିବ। ମନେ ରଖନ୍ତୁ, ଜାର୍‌ରେ କେବେ ହାତ ପୁରାଇ ଆଚାର କାଢ଼ିବେ ନାହିଁ, ଏଥିପାଇଁ ସବୁବେଳେ ଚାମଚ ବ୍ୟବହାର କରନ୍ତୁ।

୨. ଲେମ୍ବୁକୁ କାଟି ଅଧିକ ସମୟ ବାହାରେ ରଖିଲେ ଏହା ଶୁଖିଯାଏ। ହେଲେ ଆପଣ ଯଦି ଗୋଟିଏ ପାତ୍ରରେ ପାଣି ରଖି ସେଥିରେ ଲେମ୍ବୁ ରଖିବେ ଏବଂ ପ୍ରତିଦିନ ପାଣି ବଦଳାଇବେ, ତେବେ ଲେମ୍ବୁ ଅଧିକ ଦିନ ସତେଜ ରହିବ।

୩.ଅଦାକୁ ଓଦା ବାଲିରେ ପୋତି ରଖିଲେ, ଏହା ଅଧିକ ଦିନ ସତେଜ ରୁହେ। ମନେରଖନ୍ତୁ, ବାଲି ଶୁଖିଗଲେ ତା’ ଉପରେ ଅଳ୍ପ ଅଳ୍ପ ପାଣି ଛିଞ୍ଚି ଦିଅନ୍ତୁ। ଫଳରେ ଅଦା ବେଶୀ ଦିନ ଯାଏ ସତେଜ ରହିବ।

୪. ସେହିପରି ଆଳୁକୁ ମଧ୍ୟ ବାଲିରେ ପୋତି ରଖିଲେ, ଏହା ଅଧିକ ଦିନ ଭଲ ରହିବ। ଏକ ଶୁଖିଲା ସ୍ଥାନରେ ବାଲି ଖେଳାଇ ଏଥିରେ ଆଳୁକୁ ପୋତି ରଖନ୍ତୁ।

୫. ଫ୍ରିଜ୍‌ରେ ଖାଦ୍ୟ ସାମଗ୍ରୀ ରଖିଲାବେଳେ ସବୁବେଳେ ଏୟାର୍‌ ଟାଇଟ୍‌ ଡବାରେ ରଖନ୍ତୁ। ଫଳରେ ଖାଦ୍ୟ ସତେଜ ରହିବା ସହ ଫ୍ରିଜ୍‌ରେ ଥିବା ଅନ୍ୟ ଜିନିଷର ଗନ୍ଧ ମଧ୍ୟ ଏଥିରେ ପଶିବ ନାହିଁ।

୬. ଭେଣ୍ଡିର ଅଗ ଓ ପଛ କାଟି ଏହାକୁ ଏକ ପ୍ୟାକେଟ୍‌ରେ ଭର୍ତ୍ତି କରି ରଖନ୍ତୁ। ଏହି ପ୍ୟାକେଟ୍‌ର ମୁହଁ ଭଲଭାବେ ବାନ୍ଧି ରଖନ୍ତୁ । ଫଳରେ ଭେଣ୍ଡି ବହୁ ଦିନ ତାଜା ରହିବ।

୭. ତେନ୍ତୁଳିକୁ ଅଧିକ ଦିନ ଯାଏ ସାଇତି ରଖିବାକୁ ହେଲେ ପ୍ରଥମେ ତେନ୍ତୁଳିରୁ ମଞ୍ଜି ବାହାର କରି ଦିଅନ୍ତୁ। ପରେ ସେଥିରେ ଲୁଣ ଓ ସୋରିଷ ତେଲ ଗୋଳାଇ ଏହାକୁ ଚିନାମାଟି କିମ୍ବା କାଚ ଜାର୍‌ରେ ଭରି ରଖନ୍ତୁ। ଦେଖିବେ, ଦୀର୍ଘଦିନ ଯାଏ ତେନ୍ତୁଳିରେ ପୋକ ଲାଗିବ ନାହିଁ।

୮. କଟା ପରିବା ବେଶି ସମୟ ରହିଗଲେ କଳା ପଡ଼ିଯାଏ। ଏହାକୁ ପରଦିନ ପର୍ଯ୍ୟନ୍ତ ସତେଜ ରଖିବା ଲାଗି, ପ୍ରଥମେ କଟା ପରିବାକୁ ଗରମ ପାଣିରେ ପକେଇ କିଛି ସମୟ ପାଇଁ ଫୁଟାଇ ଛାଣି ଦିଅନ୍ତୁ। ଏବେ ଏ ସବୁକୁ ପାଣିରୁ ଛାଣି ସମ୍ପୂର୍ଣ୍ଣ ପାଣି ନିଗିଡ଼ି ଯିବା ପରେ ପ୍ୟାକେଟ୍‌ କରି ଫ୍ରିଜ୍‌ରେ ରଖନ୍ତୁ। ପରଦିନ ସମୟ ଦେଖି ରୋଷେଇ କରନ୍ତୁ।



from Odisha Reporter http://bit.ly/2V8nu7X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages