
ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁର ଜେଲ୍ ରୋଡ଼ରେ ଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସ୍ରେ ପଶି ଦୁର୍ବୃତ୍ତମାନେ ଆଜି ନିଆଁ ଲଗାଇ ଦେଇଛନ୍ତି। ଫଳରେ ଦୁଇଟି ବାଇକ୍ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଛି। ଏନେଇ ସୂଚନା ଦେଇଛନ୍ତି ବୋର୍ଡ଼ର ଡେପୁଟି ସେକ୍ରେଟେରୀ ସୂର୍ଯ୍ୟମଣି ମାଝି।
ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାର ଫର୍ମ ପୂରଣ ପାଇଁ ଆଜିଥିଲା ଶେଷ ତାରିଖ। ସେଥିପାଇଁ ସମସ୍ତ କର୍ମଚାରୀ ଅଫିସ୍ରେ ବସି କାମ କରୁଥିଲେ। ଏହି ସମୟରେ ୭ରୁ ୮ ଜଣ ଯୁବକ ଅଫିସରେ ପଶି ବାହାରିଯିବାକୁ ଧମକ ଦେଇଥିଲେ। ତେଣୁ ଭୟଭୀତ ହୋଇ ସମସ୍ତ କର୍ମଚାରୀ ଅଫିସରୁ ବାହାରି ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଅଫିସରେ ନିଆଁ ଲଗାଇ ଦେଇଥିଲେ। ଫଳରେ ସମସ୍ତ କାଗଜପତ୍ର ଓ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ବୋର୍ଡ଼ର ଡେପୁଟି ସେକ୍ରେଟେରୀଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2LoFV3K
No comments:
Post a Comment