
ନୂଆଦିଲ୍ଲୀ: ସନ୍ନି ଲିଓନିଙ୍କୁ ମାତ୍ ଦେଇ ଏ ବର୍ଷ ବାଜି ଜିତିଛନ୍ତି ପ୍ରିୟା ପ୍ରକାଶ।
ମାଲାୟଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିଅର୍ ୨୦୧୮ ବର୍ଷ ପାଇଁ ଗୁଗଲ୍ରେ ସର୍ବାଧିକ ଭାରତୀୟଙ୍କ ଦ୍ୱାରା ଖୋଜା ଯାଇଥିବା ପର୍ସନାଲିଟି ନମ୍ବର-୧ ବିବେଚିତ ହୋଇଛନ୍ତି। ଗୁଗଲ୍ ଇଣ୍ଡିଆ ପକ୍ଷରୁ ବୁଧବାର ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।

ଇଏ ସେଇ ପ୍ରିୟା ପ୍ରକାଶ, ଯାହାଙ୍କ ‘ଆଖି ମରା’ ଭିଡିଓ ସୋଶାଲ୍ ମିଡିଆରେ ଢେର୍ ଭାଇରାଲ୍ ହେବା ପରେ ବୟସ ଓ ବର୍ଗର ସୀମା ଟପି କୋଟି କୋଟି ପ୍ରଶଂସକଙ୍କୁ ଏବେ ବି କିମିଆ କରୁଛି। ମାଲାୟମ୍ ଗୀତ ‘ମାନିକ୍ୟ ମଲରାୟ ପୁବି’ରେ ପ୍ରିୟା ପ୍ରକାଶ ଆଖି ମାରି ପ୍ରଶଂସକଙ୍କ ଦିଲ୍ ଜିତିଥିଲେ।
୨୦୧୮ ପାଇଁ ‘ଗୁଗଲ୍ ଇଣ୍ଡିଆର ମୋଷ୍ଟ୍ ସର୍ଚ୍ଚ୍ଡ୍ ପର୍ସନାଲିଟି ଅଫ୍ ଦି ଇୟର୍’ ତାଲିକାରେ ପ୍ରିୟା ପ୍ରକାଶଙ୍କ ପଛକୁ ବଲିଉଡ୍ ଦେଶୀ ଗର୍ଲ୍ ପ୍ରିୟଙ୍କା ଚୋପ୍ରାଙ୍କ ଆମେରିକୀୟ ଗାୟକ ସ୍ୱାମୀ ନିକ୍ ଜୋନସ୍ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାରତୀୟ ଗାୟିକା ସପ୍ନା ଚୌଧୁରୀ ତୃତୀୟ ସ୍ଥାନରେ ଅଛନ୍ତି।
୨୦୧୭ରେ ହଟ୍ ଷ୍ଟାର୍ ସନ୍ନି ଲିଓନି ‘ଗୁଗଲ୍ ଇଣ୍ଡିଆର ମୋଷ୍ଟ୍ ସର୍ଚ୍ଚ୍ଡ୍ ପର୍ସନାଲିଟି ଅଫ୍ ଦି ଇୟର୍’ ବିବେଚିତ ହୋଇଥିଲେ।
from Odisha Reporter https://ift.tt/2PBubv6
No comments:
Post a Comment