ଦ୍ୱିତୀୟ ଇନିଂସ ଆରମ୍ଭ କଲେ କିଙ୍ଗ କେସିଆର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଦ୍ୱିତୀୟ ଇନିଂସ ଆରମ୍ଭ କଲେ କିଙ୍ଗ କେସିଆର

ହାଇଦ୍ରାବାଦ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତେଲେଙ୍ଗାନା ବିଧାନସଭାରେ ଏକପାଖିଆ ଜିତିଥିବା କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଟିଆର୍‌ଏସ୍‌ ଆଜିଠାରୁ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଟିଆରଏସ୍‌ ବିଧାନସଭାର ୮୮ଟି ଆସନ ଜିତିଥିବାରୁ ଦଳର ସୁପ୍ରିମୋ କେସିଆର ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପୂର୍ବରୁ ମଧ୍ୟ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଥିଲେ କେସିଆର୍।

ଆଜି ରାଜଭବନଠାରେ ରାଜ୍ୟପାଳ ଇଏସ୍‌ଏଲ୍‌ ନରସିମହନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେସିଆରଙ୍କୁ ମଧ୍ୟାହ୍ଣ ୧.୨୫ରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜ୍ୟୋର୍ତିବିଦଙ୍କ ମତରେ ଏହି ସମୟରେ ଶପଥ ନେବା ଭଲ ବୋଲି କୁହାଯାଇଥିବାରୁ କେସିଆର ସେହି ସମୟରେ ହିଁ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି।

କେସିଆରଙ୍କ ବ୍ୟତୀତ ଦଳର ଏମଏଲ୍‌ସି ମହମ୍ମଦ ମେହମ୍ମୁଦ ଅଲ୍ଲୀ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମହମ୍ମଦ ପୂର୍ବ ସରକାରରେ କେସିଆରଙ୍କ ଡେପୁଟୀ ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ଟିଆରଏସ୍‌ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କ ବୈଠକ ବସିଥିଲା। ଏଥିରେ କେସିଆରଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା।

ତେଲେଙ୍ଗାନା ବିଧାନସଭାର ୧୧୯ଟି ଆସନରୁ କେସିଆରଙ୍କ ଦଳ ୮୮ଟିରେ ଜିତିଥିବା ବେଳେ କଂଗ୍ରେସ ଓ ଟିଡିପି ମେଣ୍ଟ ୨୧ ଓ ବିଜେପି ମାତ୍ର ୧ଟି ଆସନରେ ଜିତିଥିଲା।



from Odisha Reporter https://ift.tt/2LeI4Pj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages