
ଭୁବନେଶ୍ୱର: ରାଜସ୍ଥାନ ବିପକ୍ଷ ରଣଜୀ ମୁକାବିଲାକୁ ଜିତିବା ପାଇଁ ଘରୋଇ ଟିମ୍ ଓଡ଼ିଶା ୧୬୭ ରନ୍ ଦୂରରେ ରହିଛି। ମ୍ୟାଚ୍ ଶେଷ ହେବାକୁ ଆହୁରି ଦୁଇ ଦିନ ବାକି ଥିବା ବେଳେ ଦଳ ପାଖରେ ୮ଟି ୱିକେଟ୍ ରହିଛି। ମ୍ୟାଚ୍ ଜିତିବା ପାଇଁ ୧୭୩ ରନ୍ର ଟାର୍ଗେଟ ପିଛା କରୁଥିବା ଟିମ୍ ଓଡ଼ିଶା ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ମାତ୍ର ୬ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଶାନ୍ତୁନ ମିଶ୍ର ୪ ଓ ଦେବାଶିଷ ସାମନ୍ତରାୟ ୧ ରନ୍ କରି ଅପରାଜିତ ରହିଛନ୍ତି।
ପ୍ରଥମ ଇନିଂସ୍ରେ ରାଜସ୍ଥାନ ମାତ୍ର ୧୩୫ ରନ୍ କରିଥିବା ବେଳେ ଓଡ଼ିଶା ଗତକାଲି ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୭୮ ରନ୍ କରିଥିଲା। ଦଳ ପାଖରେ ଲିଡ୍ ନେବାର ସୁଯୋଗ ରହିଥିଲେ ହେଁ ଟିମ୍ ମାତ୍ର ୧୧୧ ରନ୍ରେ ଆଜି ଅଲଆଉଟ୍ ହୋଇଯାଇଥିଲା। ଫଳରେ ରାଜସ୍ଥାନ ଗୁରୁତ୍ୱପୂର୍ଣ୍ଣ ୨୪ ରନ୍ରେ ଅଗ୍ରଣୀ ରହିଥିଲା।
ରାଜସ୍ଥାନ ତା’ର ଦ୍ୱିତୀୟ ଇନିଂସ୍ରେ ଓପନର ଅମିତ କୁମାର ଗୌତମଙ୍କ ୫୧ ରନ୍କୁ ଆଧାର କରି ୧୪୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ତେଣୁ ଓଡ଼ିଶାକୁ ଜିତିବା ପାଇଁ ୧୭୩ ରନ୍ର ଟାର୍ଗେଟ ମିଳିଛି।
ଓଡ଼ିଶା ପକ୍ଷରୁ ପ୍ରଥମ ଇନିଂସ୍ରେ ୬ଟି ୱିକେଟ୍ ନେଇଥିବା ବସନ୍ତ ମହାନ୍ତି ଦ୍ୱିତୀୟ ଇନିଂସ୍ରେ ମଧ୍ୟ ୫ ୱିକେଟ୍ ଦଖଲ କରିଛନ୍ତି। ସେହିପରି ରାଜେଶ ମହାନ୍ତି ଓ ଧୀରଜ ସିଂହ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୧ଟି ୱିକେଟ୍ ପାଇଛନ୍ତି।
୧୩୭ ରନ୍ର ଟାର୍ଗେଟ ପିଛା କରୁଥିବା ଓଡ଼ିଶା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ଓପନର ରଞ୍ଜିତ ସିଂହ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ୩ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରୋଶନ କୁମାର ରାଓ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଦଳର ସ୍କୋର ୨ ରନ୍ ଥିବା ବେଳେ ଏହି ଦୁଇଟି ୱିକେଟ୍ ହରାଇଥିଲା। ଏହାପରେ ଶାନ୍ତନୁ ମିଶ୍ର ଏବଂ ଦେବାଶିଷ ଷ୍ଟମ୍ପ ଅପସାରଣ ପର୍ଯ୍ୟନ୍ତ ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନାହାନ୍ତି।
ରାଜସ୍ଥାନ ପକ୍ଷରୁ ଟିଏମ୍ ଉଲ-ହକ ୨ଟି ଯାକ ୱିକେଟ୍ ଦଖଲ କରିଛନ୍ତି।
from Odisha Reporter https://ift.tt/2UO7Oq5
No comments:
Post a Comment