ଝଗଡ଼ା କଲେ ସମ୍ପର୍କ ହୁଏ ମଜବୁତ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଝଗଡ଼ା କଲେ ସମ୍ପର୍କ ହୁଏ ମଜବୁତ୍‌ !

ଭୁବନେଶ୍ୱର: ପ୍ୟାର୍‌, ଇଜ୍‌ହାର, ଫିର୍‌ ଟକରାର। ଭଲ ପାଇବାରେ ପ୍ରେମ ଯେତିକି, ଝଗଡ଼ା ବି ସେତିକି। ଅନେକ ସମୟରେ ଆମ ରିଲେସନ୍‌ସିପ୍‌ରେ ପାର୍ଟନର ସହ ଝଗଡ଼ା ହୋଇଥାଏ। ଆଉ ଏହି ଝଗଡ଼ା କେବେ କେବେ ମୁଣ୍ଡ ବିନ୍ଧାର କାରଣ ପାଲଟିଯାଏ। କିଛି ଲୋକ ଭାବନ୍ତି ଏମିତି ଝଗଡ଼ା ଜାରି ରହିଲେ ଦିନେ ସମ୍ପର୍କ ହିଁ ଭାଙ୍ଗିଯିବ। କିନ୍ତୁ ଏମିତି ଭାବିବା ଭୁଲ୍‌। କାରଣ ଗବେଷଣା ଠିକ୍‌ ତାର ଓଲଟା କୁହେ। ଝଗଡ଼ା ହେବାଦ୍ୱାରା ସମ୍ପର୍କ ମଜବୁତ୍‌ ହୁଏ ବୋଲି ନିକଟରେ ହୋଇଥିବା ଗବେଷଣାରୁ ଜଣାପଡିଛି।

ନିକଟରେ ୧୦୦୦ ଲୋକଙ୍କୁ ନେଇ ଏକ ଗବେଷଣା ହୋଇଥିଲା। ଏଥିରୁ ଜଣାପଡ଼ିଛି ଯେ, ଯେଉଁ କପଲ୍‌ ଝଗଡ଼ା କରୁଥିଲେ ସେମାନେ କମ୍‌ ଝଗଡା କରୁଥିବା କପଲ୍‌ଙ୍କଠାରୁ ୧୦ଗୁଣା ଅଧିକ ଖୁସିରେ ଅଛନ୍ତି। ଏହି ଗବେଷଣାରେ କିଛି ପାର୍ଟନରଙ୍କୁ ଝଗଡ଼ା ହେବା ଭୟରେ ପରସ୍ପରକୁ  ଅନେକ କଥା ଲୁଚାଉଥିବା  ଦେଖିବାକୁ ମିଳିଛି।

ଅନ୍ୟପଟେ ଗବେଷଣାରେ ୫ରୁ ୪ଭାଗ ଲୋକ ବୟାନ ଦେଇଛନ୍ତି ଯେ, ସମ୍ପର୍କ ଭାଙ୍ଗିବାର କାରଣ ଝଗଡା ନୁହେଁ ବରଂ ଦୂରତ୍ୱ ହୋଇଥାଏ। କୌଣସି କଥାକୁ ଝଗଡ଼ା ଭୟରେ ଲୁଚାଇବା ସମାଧାନର ବାଟ ନୁହେଁ ବୋଲି ଏହି ଗବେଷଣାର ମୁଖ୍ୟ ଲେଖକ ଜୋସେଫ୍‌ ଗ୍ରେନି କହିଛନ୍ତି।



from Odisha Reporter https://ift.tt/2GhbQ7l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages