ବିଜେପିର ପରାଜୟରେ ଭୋ’ ଭୋ’ କାନ୍ଦିଲା ଏହି ବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ବିଜେପିର ପରାଜୟରେ ଭୋ’ ଭୋ’ କାନ୍ଦିଲା ଏହି ବାଳକ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ନିର୍ବାଚନ, କିନ୍ତୁ ପ୍ରାୟ ସମସ୍ତ ସ୍ଥାନରେ କଂଗ୍ରେସର ବିଜୟ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଝଟ୍‌କା ଦେଇଛି। ଏହା ବିଜେପି କର୍ମୀଙ୍କୁ ତ ନିଶ୍ଚୟ ଚମକାଇଦେଇଛି, ଏତଦ୍‌ବ୍ୟତୀତ ସୋଶାଲ୍‌ ମିଡିଆ ପୋଷ୍ଟକୁ ମଧ୍ୟ ଖୋରାକ୍‌ ମିଳିଯାଇଛି।

ଗତକାଲି ଯେଉଁ ସୋଶାଲ୍‌ ମିଡିଆ କଂଗ୍ରେସ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନେଇ ଥଟ୍ଟା ତାମ୍‌ସା କରୁଥିଲା ଏବେ ସେହି ପ୍ଲାଟପର୍ମରେ କଂଗ୍ରେସର ସଫଳତାକୁ ନେଇ ଚର୍ଚ୍ଚା। ୪ ବର୍ଷ ପରେ ବିଜେପିର ମିମ୍ସ ଏବେ ଫୋନ୍‌ରୁ ଫୋନ୍‌ ଭାଇରାଲ ହେଉଛି।

ଏହି କ୍ରମରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକ ଛୋଟ ଛୁଆ ଭୋ ଭୋ ହେଇ କାନ୍ଦି କମ୍ପାଇ ଦେଉଛି। କାରଣ ପଚାରିଲେ କହୁଛି ‘ମୋଦିଜୀ ହାର ଗୟେ’। ମୋଦି ହାରିଲେ ଆମର କ’ଣ ଗଲା ପଚାରିଲେ ପୁଣି ପ୍ରଶ୍ନ ରଖୁଛି, ‘ମଜାକ୍‌ ଲଗ୍‌ରହା ହୈ କ୍ୟା’।

ଏପରି କାନ୍ଦ ଏପର୍ଯ୍ୟନ୍ତ କୌଣସି କର୍ମୀଠାରେ ମଧ୍ୟ ଦେଖିବାକୁ ମିଳିନାହିଁ। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାଜୟରେ ଦେଶ ବଦ୍‌ନାମ ହେଉଛି ବୋଲି ମଧ୍ୟ ସେ କହୁଛି। ପ୍ରକୃତରେ କେଉଁ ପରିସ୍ଥିତିରେ ବାଳକ ଜଣକ ଏତେ ମୋଦିପ୍ରେମୀ ହୋଇଗଲେ ତାହା ବୁଝାପଡ଼ୁନି।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2PB1kXN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages