ଶ୍ୱଶୁର ଫାରୁକ୍‌ ଅବଦୁଲ୍ଲା କହିଲେ ବଜାଅ ନାହିଁ ବିଜୟର ବାଜା, ଏମିତି ଜବାବ ଦେଲେ ସଚିନ ପାଇଲଟ୍‌   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଶ୍ୱଶୁର ଫାରୁକ୍‌ ଅବଦୁଲ୍ଲା କହିଲେ ବଜାଅ ନାହିଁ ବିଜୟର ବାଜା, ଏମିତି ଜବାବ ଦେଲେ ସଚିନ ପାଇଲଟ୍‌  

ନୂଆଦିଲ୍ଲୀ:ରାଜସ୍ଥାନ ବିଧାନସଭା ନିର୍ବାଚନରେ ଶ୍ରେଷ୍ଟ ପ୍ରଦର୍ଶନ କରିବା ପରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ୍ ପାଇଲଟଙ୍କୁ ନିଜ ଶ୍ୱଶୁର ଫାରୁକ୍‌ ଅବଦୁଲା ତାଙ୍କୁ ବିଶେଷ ପରାମର୍ଶ ଦେଇଛନ୍ତି। ଉଭୟ ରାଜସ୍ଥାନ ନିର୍ବାଚନ ସମୟରେ ଖୁବ୍‌ ଚର୍ଚ୍ଚାରେ ଥିଲେ। ସଚିନ୍‌ ପାଇଲଟ ଏବଂ କଂଗ୍ରେସ ମହା ସଚିବ ଅଶୋକ ଗେହଲଟ୍‌ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଅଛନ୍ତି।

ତେବେ ନିର୍ବାଚନ ଫଳାଫଳ ଆସିବା ପରେ ରାଜସ୍ଥାନରେ ଏନ୍‌ଡିଟିଭି ପକ୍ଷରୁ ଏକ ବିତର୍କ କରାଯାଇଥିଲା। ଯେହେତୁ ସଚିନ୍‌ ଜଣେ ଯୁବନେତା ଭାବେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରେ ଅବସ୍ଥାନ ଅଛନ୍ତି ତାଙ୍କୁ ପ୍ରଶ୍ନ ହୋଇଥିଳା ଯେ, ରାଜନୀତିର ପିଢି ମଧ୍ୟରେ ଆପଣ କେମିତି ମ୍ୟାନେଜ୍‌ କରୁଛନ୍ତି। ଉତ୍ତରରେ ସଚିନ କହିଥିଲେ ଯେ, ଆମ ଭିତରେ ଏଠି କୌଣସି ପ୍ରକାର ଅନ୍ତର ନାହିଁ। ନା ବୟସ ନା ବୁଦ୍ଧି କୌଣସିଥିରେ ଆମ ଭିତରେ ପାର୍ଥକ୍ୟ ନାହିଁ। ଏଠି କଂଗ୍ରେସ ଅତ୍ୟନ୍ତ ସୁନ୍ଦର ଏବଂ ଆମେ ଏକାଠି କାମ କରିପାରିବୁ।

ତେବେ ଏହି ଚର୍ଚ୍ଚାରେ ସାମିଲ ହୋଇଥିଲେ ଜାତୀୟ କଂଗ୍ରେସ ନେତା ଫାରୁକ୍ ଅବଦୁଲ୍ଲା। ଏହି ଅବସରରେ ସଚିନଙ୍କୁ ପରାମର୍ଶ ଦେଇ ଫାରୁକ୍ କହିଥିଲେ, ଯେ ଆପଣଙ୍କୁ ଶୁଭେଚ୍ଛା। ଆପଣମାନଙ୍କର୨୦୧୯ରେ କେମିତି ପ୍ରଦର୍ଶନ ରହୁଛି ତାହା ବି ଆମେ ଦେଖିବାକୁ ଚାହୁଁଛୁ। ମୋର ଆଶା ଯେ,ଆପଣମାନେ ନିଶ୍ଚୟ ଭଲ କରିବେ। ଆପଣଙ୍କ ଉପରେ ଏବେ ସାରା ଦେଶର ନଜର ରହିଛି। ତେଣୁ ବିଜୟ ପାଇଁ ଏବେ ବାଜା ବଜାନ୍ତୁ ନାହିଁ।

ବହୁ ପରିଶ୍ରମ କରିଛ। ଏକଜୁଟ୍‌ ହୋଇ କାମ କର। ଉତ୍ତରରେ ପାଇଲଟ୍‌ କହିଲେ ଏବେ ତ’ ଅଧା ରାସ୍ତା ହିଁ ପୂରା ହୋଇଛି। ମୁଖ୍ୟ ଚ୍ୟାଲେଞ୍ଜ ୪ ମାସ ପରେ ରହିଛି। ତେଣୁ ରାଜସ୍ଥାନରେ ବିଜେପିକୁ ହରାଇବା ପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ। ସଚିନଙ୍କ ଉତ୍ତର ଶୁଣି ଫାରୁକ୍‌ ଅବଦୁଲ୍ଲା କହିଥିଲେ ଖୁବ୍‌ ଭଲ କଥା। ସଚିନ ପାଇଲଟ ହେଉଛନ୍ତି ଫାରୁକ୍‌ ଅବଦୁଲ୍ଲାଙ୍କ ଜ୍ୱାଇଁ। ଫାରୁକ୍‌ ଅବଦୁଲାଙ୍କ ଝିଅ ସାରାଙ୍କୁ ବିବାହ କରିଛନ୍ତି ସଚିନ। ସୂଚନା ଅନୁଯାୟୀ, ରାଜସ୍ଥାନର ୧୯୯ଟି ଆସନରୁ କଂଗ୍ରେସ ୧୦୦ଟି ଆସନରେ ବିଜୟଲାଭ କରିଥିବା ବେଳେ ପୂର୍ବଥର ତୁଳନାରେ ୭୯ ଆସନ ବୃଦ୍ଧି ଘଟିଛି ।

ତେବେ ଚଳିତ ବିଧାନସଭା ନିର୍ବାଚନରେ ଟୋଙ୍କ ଆସନରୁ ପ୍ରାର୍ଥୀ ହୋଇଥିଲେ ସଚିନ। ଏହି ଆସନରେ ତାଙ୍କ ବିପକ୍ଷରେ ବିଜେପି ୟୁନିସ ଖାନ୍‌ଙ୍କୁ ପ୍ରାର୍ଥୀ କରିଥିଲା। ତେବେ ସଚିନ୍‌ ପାଇଲଟ୍‌ ସିଧାସଳଖ ୫୪,୧୭୯ ଖଣ୍ଡ ଭୋଟ୍‌ ବ୍ୟବଧାନରେ ୟୁନିସ୍‌ ଖାନ୍‌ଙ୍କୁ ପରାସ୍ତ କରିଛନ୍ତି। ରାଜସ୍ଥାନରେ କଂଗ୍ରେସ ଦୁର୍ଗକୁ ସମ୍ଭାଳିଥିବା ସଚିନ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2ryBf20

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages