ଏସବୁ ସ୍ଥାନକୁ ଯାଆନ୍ତୁ: ୟାଦଗାର ହୋଇଯିବ ୩୧ ଡିସେମ୍ବର ନାଇଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଏସବୁ ସ୍ଥାନକୁ ଯାଆନ୍ତୁ: ୟାଦଗାର ହୋଇଯିବ ୩୧ ଡିସେମ୍ବର ନାଇଟ୍‌

new year

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ କେଇଟା ଦିନ ପରେ ଆସିଯିବ ନୂଆବର୍ଷ। ଏଥିପାଇଁ କାଉଣ୍ଟଡାଇନ୍‌ ଆରମ୍ଭ ହୋଇଗଲାଣି। ଡିସେମ୍ବର ୩୧ ରାତିରେ ଧୁମ୍‌ ମଚାଇ ଜାନୁଆରୀ ୧କୁ ସ୍ୱାଗତ କରିବାକୁ ପ୍ରାୟତଃ ପ୍ଲାନିଂ କରି ସାରିଥିବେ। ଯଦି ୩୧ ଡିସେମ୍ବରରେ ନାଇଟ୍‌ ଆଉଟ୍‌ରେ ଯିବାକୁ ପ୍ଲାନିଂ କରୁଛନ୍ତି, ତେବେ ଦେଶର ରାଜଧାନୀ ଦିଲ୍ଲୀ ଉପରେ ଟିକେ ନଜର ପକାନ୍ତୁ। ଏଠାରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଆପଣ ୩୧ ଡିସେମ୍ବର ନାଇଟ୍‌କୁ ସେଲେବ୍ରେଟ କରି ୨୦୧୯କୁ ଦମଦାର ସ୍ୱାଗତ କରିପାରିବେ।

ତେବେ ଆସନ୍ତୁ ଜାଣିବା ଦିଲ୍ଲୀରେ ଥିବା ଏମିତି କିଛି ସ୍ଥାନ ବିଷୟରେ।

new yearମାନ୍‌ହଟନ୍‌ ବାର (ଗୁରୁଗ୍ରାମ)

ଏହି ସ୍ଥାନଟି ଦିଲ୍ଲୀବାସୀଙ୍କ ପାଇଁ ଫେବରାଇଟ୍‌ ପାର୍ଟି ଡେଷ୍ଟିନେସନ୍‌। ଏଠାରେ ସାଙ୍ଗମାନଙ୍କ ସହ ୩୧ ଡିସେମ୍ବର ରାତିରେ ପାର୍ଟି କରିବାର ମଜା ଅଲଗା। ଏଠାରେ ଟେଷ୍ଟି ଖାଦ୍ୟ ଖାଇବାକୁ ମିଳିବା ସହ ଡ୍ୟାନ୍ସ ପାଇଁ ଅତ୍ୟାଧୁନିକ ଫ୍ଲୋର୍‌ର ବ୍ୟବସ୍ଥା ରହିଛି। ବିନା ସୁରାରେ ତ ୟଙ୍ଗ ଜେନେରେସନ୍‌ ପାର୍ଟି କଥା ଚିନ୍ତା ବି କରିବେ ନାହିଁ। ୩୧ ଡିସେମ୍ବର ନାଇଟ୍‌ରେ ସାଙ୍ଗ ସହ ମତୁଆଲା ହୋଇ ଡ୍ୟାନ୍ସ କରିବା ପାଇଁ ଏଠାରେ ଏହାର ବ୍ୟବସ୍ଥା ରହିଛି।

new yearକିଟୀ ସୁ (ବାରାଖମ୍ବା ରୋଡ଼)

ଦିଲ୍ଲୀର ସବୁଠାରୁ ବେଷ୍ଟ ପାର୍ଟି ସ୍ଥାନ ମଧ୍ୟରେ ଏକ ନମ୍ବର ହେଉଛି ଏହି ସ୍ଥାନ। ନାଇଟ୍‌ ପାର୍ଟି କରିବାକୁ ସବୁଠାରୁ ଫାଇନେଷ୍ଟ କ୍ଲବ୍‌ରେ ଏହାର ନାଁ ଆସିଥାଏ। ଏଠାରେ ଯୁବକ ଯୁବତୀ ବିନା କୌଣସି ପ୍ରତିବନ୍ଧକରେ ପାର୍ଟି କରିପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯୁବତୀମାନଙ୍କ ସୁରକ୍ଷା ପାଇଁ ଏଠାରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା ରହିଛି। ଏହା ବାରାଖମ୍ବା ସ୍ଥିତ ‘ଦି ଲଲିତ’ ଭିତରେ ରହିଛି। ନୂଆବର୍ଷ ଅବସରରେ ଏଠାରେ ବିଶେଷ ପାର୍ଟିର ଆୟୋଜନ କରାଯାଇଥାଏ। ଯଦି ଆପଣ ବାହାରକୁ ଯିବାକୁ ପ୍ଲାନିଂରେ ଅଛନ୍ତି, ତେବେ ଏଠାକୁ ଯାଇ ମଜା ନେଇପାରିବେ।

new yearଦି ୱନ (ନୂଆଦିଲ୍ଲୀ)

ନୂଆ ବର୍ଷକୁ ସ୍ୱାଗତ ପାଇଁ ଯଦି ଆପଣ ବେଷ୍ଟ ପାର୍ଟିର ଅଂଶ ହେବାକୁ ଚାହୁଁଛନ୍ତି ତେବେ ଏ ସ୍ଥାନ ସବୁଠାରୁ ଭଲ ହେବ। ହୋଟେଲ୍‌ ଲି ମେରାଡିୟନର ଦି ୱନ୍‌ରେ ଏହି ସମୟରେ ଜବରଦସ୍ତ ପାର୍ଟି ହୋଇଥାଏ। ଏହାର ଅଂଶ ହୋଇ ଆପଣ ବି ନୂଆବର୍ଷକୁ ମସ୍ତିର ସହ ଆରମ୍ଭ କରିପାରିବେ। ଏଠାରେ ଖାଇବାଠାରୁ ଆରମ୍ଭ କରି ମ୍ୟୁଜିକ୍‌ ଓ ଡ୍ୟାନ୍ସର ଭଲ ବ୍ୟବସ୍ଥା ରହିଛି।

new yearଗ୍ୟାରେଜ୍‌ ଇଙ୍କ୍‌ (ହାଉଜ ଖାସ୍‌)

ଦିଲ୍ଲୀର ବେଷ୍ଟ ପାର୍ଟି ଲୋକେସନ୍‌ ଭିତରେ ଏହାର ନାଁ ଆସିଥାଏ। ଏଠାରେ ସାଙ୍ଗମାନଙ୍କ ସହ ପାର୍ଟି କରି ନୂଆବର୍ଷକୁ ସ୍ୱାଗତ କରିବାର ମଜା ଅଲଗା। ମଜାମସ୍ତି, ନାଚଗୀତ ଓ ଡ୍ରିଙ୍କସ୍‌ ସହ ୩୧ ଡିସେମ୍ବର ନାଇଟ୍‌କୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବାକୁ ଚାହୁଁଥିଲେ ଏଠାକୁ ଯିବାକୁ ପ୍ଲାନିଂ କରିପାରିବେ।



from Odisha Reporter http://bit.ly/2AjllNK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages