ମିସ୍‌ ୟୁ ପାପା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ମିସ୍‌ ୟୁ ପାପା…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ବେଶି ରାଗିଯାଇ ଚୁପ୍‌ ହେଇଗଲେ ଭାରି ଡର ଲାଗୁଥିଲା। ଆଖିରେ ନକାନ୍ଦି ଛାତିରେ କାନ୍ଦିଲେ ମତେ ବେଳି ବାଧୁଥିଲା। ଆଜି ମୁଁ ଖୋଜୁଛି ଆଉଥରେ ରାଗନା। ସହି ମୁଁ ପାରୁନି ଚୁପ୍‌ ହେଇ ରୁହନା। ଓଠୋ ଖୋଲି ଥରେ ଡାକ ମୋ ନାଁ। ମିସ୍‌ ୟୁ ପାପା, ମିସ୍‌ ୟୁ ପାପା.. ଏମିତି କିଛି ଦରଦି ଭାଷାକୁ ନେଇ ନିର୍ମିତ ହୋଇଛି ଗୀତ ‘ମିସ୍‌ ୟୁ ପାପା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ଚାଲ୍‌ ଟିକେ ଦୁଃଖ ହେବା’ର ଏ ହେଉଛି ଇମୋସନାଲ୍‌ ଟ୍ରାକ୍‌। ଏହି ଗୀତରେ  କଣ୍ଠଦାନ କରିଛନ୍ତି ଇଣ୍ଡିଆଲ୍‌ ଆଇଡଲ୍‌ ଫେମ୍‌ ବିଶ୍ୱଜିତ୍‌ ମହାପାତ୍ର।

ଯେମିତି ଆମେ ସମସ୍ତେ ଆମ ବାପାଙ୍କୁ ଭଲ ପାଉ ତାଙ୍କୁ ସବୁବେଳ୍ ପାଖରେ ଦେଖିବାକୁ ଚାହୁଁ। ସେମିତି କିଛି ଭାବନାକୁ ଏହି ଗୀତରେ ସାଇତା  ଏହି ଗୀତଟି ରହିଛି। ଏହି ଗୀତକୁ ବିଶ୍ୱଜିତ୍‌ ତାଙ୍କ ବାପାଙ୍କୁ ଡେଡିକେଟ୍‌ କରିଛନ୍ତି ବୋଲି କହିଛନ୍ତି। ଗୀତଟିର ନିର୍ଦ୍ଦେଶନା ବିଭୂତି ଭୂଷଣ ଗଡ଼ନାୟକ ଦେଇଥିବା ବେଳେ ସଙ୍ଗୀତ ଲେଖିଛନ୍ତି ନିର୍ମଳ ନାୟକ।

ସୂଚନା ଅନୁଯାୟୀ, ଫିଲ୍ମଟି ନୂଆବର୍ଷରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ୩ଜଣ ନବାଗତ ଅଛନ୍ତି। ଅଭିନେତା ଇଶାନ୍‌ଙ୍କ ସହ ଦୁଇ ନାୟିକା ଶାୟଲ୍‌ ଏବଂ ମହିମା ଏହି ଫିଲ୍ମ ଜରିଆରେ ଓଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

‘ଚାଲ୍‌ ଟିକେ ଦୁଷ୍ଟ ହେବା’ ତରଙ୍ଗ ସିନେ ପ୍ରଡକ୍ସନ୍‌ସର ୧୮ତମ ଚଳଚ୍ଚିତ୍ର। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।



from Odisha Reporter http://bit.ly/2SjqJYi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages