ଭଦ୍ରକରେ ଅଘଟଣ, ଜଳିଗଲା ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଓ ଶ୍ରୀ ବିଗ୍ରହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଭଦ୍ରକରେ ଅଘଟଣ, ଜଳିଗଲା ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଓ ଶ୍ରୀ ବିଗ୍ରହ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଶ୍ରୀ ବିଗ୍ରହମାନଙ୍କ ଦେହରେ ନିଆଁ ଲାଗିଛି। ପୋଡ଼ି ଯାଇଛନ୍ତି ମହାପ୍ରଭୁ। ଘଟଣାଟି ଘଟିଛି ଭଦ୍ରକ ଜିଲା ଭଣ୍ଡାରି ପୋଖରୀ ବ୍ଲକ, ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ସରପଦା ଗ୍ରାମରେ। ଏହି ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଗତ ରବିବାର ମଧ୍ୟାହ୍ନରେ ହଠାତ୍‌ ଅଗ୍ନିକାଣ୍ଡ ହୋଇଥିଲା। ମନ୍ଦିର ପରିସରରେ କେହି ନ ଥିବାରୁ ଏ ସମ୍ପର୍କରେ କେହି ଜାଣିପାରି ନ ଥିଲେ ଓ ଠାକୁର ପୋଡ଼ି ଯାଇଥିଲେ।

ଗ୍ରାମର ସୁଭେନ୍ଦୁ ସାହୁ ମନ୍ଦିରରୁ ଧୁଆଁ ବାହାରୁଥିବା ଦେଖି ଡାକ ପକାଇଥିଲେ। ଗ୍ରାମବାସୀ ଏକାଠି ହୋଇ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ଖୋଲି ଦେଖିବା ବେଳକୁ ଠାକୁରଙ୍କ ଶ୍ରୀ ବିଗ୍ରହ ପୋଡ଼ି ସାରିଥିଲା।

ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ଦୁଃଖିତ ହୋଇ ପଡିଛନ୍ତି। ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା ସହ ଯୋଗାଯୋଗ କରିବାକୁ ଗ୍ରାମବାସୀ ଉଦ୍ୟମ ଆରମ୍ଭ କରିଛନ୍ତି। ୧୧ ଜଣିଆ ମନ୍ଦିର ପରିଚାଳନା କମିଟି ସଦସ୍ୟ ପୁରୀ ଯାଇ କ’ଣ କରାଯାଇ ପାରିବ ସେ ନେଇ ଆଲୋଚନା ଜାରି ରଖିଛନ୍ତି।

ବିଡମ୍ବନାର ବିଷୟ ଏହା ଯେ, ଏପର୍ଯନ୍ତ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ଠାକୁରଙ୍କ ବିଗ୍ରହ ପୁନଃ ସ୍ଥାପନ ତଥା ମନ୍ଦିର ପ୍ରତିଷ୍ଠା ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି। ମହାପ୍ରଭୁ ଏ ଜାତିର ଇଷ୍ଟ ହୋଇଥିବାରୁ ଏହା ପ୍ରତି ଓଡ଼ିଆ ପାଇଁ ଦୁଃଖର ବିଷୟ। ଏଣୁ ଏଥିପ୍ରତି ତୁରନ୍ତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଏ ସମ୍ପର୍କିତ ଖବର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



from Odisha Reporter https://ift.tt/2QCoUsB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages