ଚଳିତ ବର୍ଷ ବିଜେପିର ସବୁଠାରୁ ଅଧିକ ଆୟ, ଜାଣନ୍ତୁ କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଚଳିତ ବର୍ଷ ବିଜେପିର ସବୁଠାରୁ ଅଧିକ ଆୟ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ୨୦୧୭-୧୮ ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ଧନୀଶାଳୀ ରାଜନୀତିକ ଦଳ ହେବାର ରେକର୍ଡ କରିଛି।

୭ଟି ଜାତୀୟ ଦଳରୁ ୬ଟିର (ବିଜେପି, ସିପିଏମ୍‌, ବିଏସ୍‌ପି, ଏନ୍‌ସିପି ଏବଂ ଏଆଇଟିସି) ମୋଟ ଆୟ ୧,୧୯୮.୭୫ କୋଟି ଟଙ୍କା ହୋଇଥିବାବେଳେ କେବଳ ବିଜେପିର ଆୟ ୧,୦୨୭.୩୩୯ କୋଟି ଟଙ୍କା। ଅର୍ଥାତ୍‌ ବିଜେପିର ଆୟ ମୋଟ ଆୟର ୮୫.୭୦% ବୋଲି ଜଣାଯାଇଛି।

ଏମଧ୍ୟରୁ କେବଳ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସୂତ୍ରରୁ ବିଜେପି ପାଇଥିବା ୨୧୦ କୋଟି ହେଉଛି ମୋଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ ଅର୍ଥର ୯୫%। ଏଥିରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ସ୍ୱତଃପ୍ରବୃତ ଭାବରେ ବିଜେପିକୁ ଆସିଥିବା ଦାନର ପରିମାଣ ୯୮୯.୭ କୋଟି ଟଙ୍କା।

ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ର ଅନୁଶୀଳନରୁ ଆହୁରି ମଧ୍ୟ ଜଣାଯାଇଛି ଯେ, ଏନ୍‌ସିପି ଏକମାତ୍ର ଦଳ ଯାହାକି ଆୟଠାରୁ ଅଧିକ ଖର୍ଚ୍ଚ କରିଛି। ଏନ୍‌ସିପି ଏହି ବର୍ଷ ୮.୧୫ କୋଟି ଟଙ୍କା ଆୟ କରିଥିବାବେଳେ ୮.୮୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଅର୍ଥାତ ଆୟଠାରୁ ୬୯ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିଛି।

ପୂର୍ବ ଆର୍ଥିକ ବର୍ଷ ତୁଳନାରେ ବିଜେପିର ଆୟ ୦.୬୭% ବୃଦ୍ଧି ପାଇଛି। ବିଜେପିର ଆୟ ୨୦୧୬-୧୭ରେ ୧୦୨୭.୩୪ କୋଟି ଟଙ୍କା ଥିଲା, ଯେଉଁଥିରେ ଚଳିତ ବର୍ଷ ୬.୯୩ କୋଟି ବୃଦ୍ଧି ପାଇ ୧୦୩୪.୨୭ରେ ପହଞ୍ଚିଛି। ଯଦିଓ ଅକ୍ଟୋବର ୩୦ ଡେଡ୍‌ଲାଇନ୍‌ ସରିଯାଇଛି କଂଗ୍ରେସ ବର୍ତ୍ତମାନସୁଦ୍ଧା ଏହାର ରିପୋର୍ଟ ଦାଖଲ କରିନାହିଁ।



from Odisha Reporter https://ift.tt/2Bu8lVg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages