ତୈଳ ଓ ଗ୍ୟାସ ମନ୍ତ୍ରଣାଳୟ ପ୍ରକଳ୍ପ ନିର୍ମାଣରେ ସହଯୋଗ କରିବାକୁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ତୈଳ ଓ ଗ୍ୟାସ ମନ୍ତ୍ରଣାଳୟ ପ୍ରକଳ୍ପ ନିର୍ମାଣରେ ସହଯୋଗ କରିବାକୁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

dharmendra

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ପାଇଁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏଥିରେ ରାଜ୍ୟ ସରକାର ସହଯୋଗ କରୁନଥିବାରୁ ପ୍ରକଳ୍ପ ଗୁଡ଼ିକ ଅଧପନ୍ତରିଆ ହୋଇ ପଡ଼ିରହିଛି। ଯାହାଫଳରେ ପ୍ରକଳ୍ପ କାମ ଆଗେଇ ପାରୁନାହିଁ। ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ଓଡ଼ିଶାରେ କରୁଥିବା ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ ପତ୍ରରେ ଲେଖିଛନ୍ତି-“ଓଡ଼ିଶା ପୂର୍ବରୁ ଦେଶର ଇସ୍ପାତର ପେଣ୍ଠସ୍ଥଳୀ ଭାବେ ପରିଚିତ ଥିଲା। ଏବେ ପେଟ୍ରୋଲିମ୍‌ ମନ୍ତ୍ରଣାଳୟର ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶା ଗ୍ୟାସ ଓ ପେଟ୍ରୋକେମିକାଲ୍ସ ଶିଳ୍ପର ପେଣ୍ଠସ୍ଥଳୀର ପରିଚୟ ପାଇବ। ଏବେ ପାରାଦୀପ ପୂର୍ବ ଭାରତର ପେଟ୍ରୋଲିୟମ୍‌ ଶିଳ୍ପର ପ୍ରବେଶ ପଥ ଭାବେ ବିକଶିତ ହେଉଛି।”

ସେ ଆହୁରି କହିଛନ୍ତି-“୨୦୧୩-୧୪ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦରରେ ପେଟ୍ରୋଲିୟମ୍‌ ପଦାର୍ଥର ପରିବହନର ମାତ୍ରା ୧୭.୭୦ ଏମ୍‌ଏମ୍‌ଟି ଥିବା ବେଳେ ୨୦୧୭-୧୮ ସୁଦ୍ଧା ପାଖାପାଖି ଦୁଇ ଗୁଣା ବଢ଼ି ୩୩.୭୮ ଏମ୍‌ଏମ୍‌ଟିରେ ପହଞ୍ଚିଛି। ୪୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୫ ଏମ୍‌ଏମ୍‌ଟି କ୍ଷମତା ବିଶିଷ୍ଟ ପାରାଦୀପ ତୈଳ ରିଫାଇନାରୀ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।”

ଧର୍ମେନ୍ଦ୍ର କହିଛନ୍ତି-“ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ୫ଟି ବୃହତ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଛି। ମାତ୍ର ରାଜ୍ୟ ସରକାର ଜମି ଯୋଗାଇ ଦେଇପାରୁ ନାହାନ୍ତି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ପାରାଦୀପ ତୈଳ ବିଶୋଧନାଗାରର କ୍ଷମତା ୧୫ରୁ ୨୫ ଏମ୍‌ଏମ୍‌ଟି ପିଏକୁ ବୃଦ୍ଧି ଓ ପେଟ୍ କୋକ୍ ଗ୍ୟାସିଫିକେସନ ପ୍ରକଳ୍ପ, ପିଏକ୍ସ/ପିଟିଏ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଜାଗା, ଭଦ୍ରକରେ ଟେକ୍ସଟାଇଲ୍‌ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବା ପାଇଁ ଦରଖାସ୍ତ ଦିଆଯାଇଥିବା ସତ୍ତ୍ୱେ ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେଉନାହାନ୍ତି।”

ସେ ଆହୁରି ଲେଖିଛନ୍ତି-“ରାଜ୍ୟ ସରକାର ଓଡ଼ିଶାରେ ପେଟ୍ରୋକେମିକାଲ୍‌ ପ୍ରକଳ୍ପ ପାଇଁ ବିଦେଶରେ ରୋଡ୍‌ ଶୋ’ କରିଥିଲେ। ହେଲେ ଇଣ୍ଡିଆନ୍ ଅଏଲ ସହଯୋଗରେ ଆସୁଥିବା ବିଭିନ୍ନ ପୁଞ୍ଜିନିବେଶକାରୀଙ୍କୁ ସହଯୋଗ କରୁନାହାନ୍ତି। ମୋ ଅନୁରୋଧ କ୍ରମେ ତାଇୱାନ ସରକାରଙ୍କର ପେଟ୍ରୋଲିୟମ ଫାର୍ମ ସିପିସି କର୍ପୋରେସନ ୪୩ ହଜାର କୋଟି ଟଙ୍କା ବିନିଯୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ରାଜ୍ୟ ସରକାର ଜମି, ଜଳ, ବିଜୁଳି ଓ ପରିବହନ ଆବଶ୍ୟକତାକୁ ପୂରଣ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ଏହି ତାଇୱାନ ସରକାରଙ୍କ କମ୍ପାନୀ ସହ ଇଣ୍ଡିଆନ୍ ଅଏଲର ମୋଟ ୮୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେଲେ ଓଡ଼ିଶାର ଅର୍ଥନୀତି ସୁଦୃଢ ହେବ।”



from Odisha Reporter https://ift.tt/2LgqfQ2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages