
ନୂଆଦିଲ୍ଲୀ: ବ୍ୟାଘ୍ର ଅଭ୍ୟୟାରଣ୍ୟରେ ଧ୍ୟାନରେ ବସିବା ଜଣେ ସନ୍ନ୍ୟାସୀଙ୍କୁ ମହଙ୍ଗା ପଡ଼ିଛି। ବୌଦ୍ଧ ଧର୍ମାବଲମ୍ବୀ ଏହି ସନ୍ନ୍ୟାସୀ ଜଣଙ୍କ ଧ୍ୟାନ କରୁଥିବା ବେଳେ ହଠାତ୍ ଏକ କଲରା ପତରିଆ ବାଘ ତାଙ୍କୁ ଟେକିନେଇ ମାରିଦେଇଛି। ମହାରାଷ୍ଟ୍ରର ରାମଡେଗୀ ଜଙ୍ଗଲ ଅଞ୍ଚଳର ଥିବା ଏକ ଗଛର କୋରଡ଼ ଭିତରେ ସନ୍ନ୍ୟାସୀ ରାହୁଲ ୱାଲେକ ବୋଧି ସକାଳ ପ୍ରାର୍ଥନା କରୁଥିଲେ।
ସେ ଗଛ ମଧ୍ୟରେ ଆଖି ବନ୍ଦ କରି ବସିଥିବା ବେଳେ ହଠାତ୍ ଏକ କଲରା ପତରିଆ ସେଠାରେ ପହଞ୍ଚିଥିଲା। କେବଳ ରାହୁଲ ନୁହନ୍ତି, ତାଙ୍କର ଆଉ ଦୁଇ ଜଣ ଅନୁଗାମୀ ମଧ୍ୟ ପ୍ରାର୍ଥନା କରୁଥିଲେ। ହେଲେ ବାଘଟି ସନ୍ନ୍ୟାସୀଙ୍କୁ ପ୍ରଥମେ ଆକ୍ରମଣ କରିଥିଲା। ଏହା ଦେଖି ଅନ୍ୟ ୨ ଜଣ ସେଠାରୁ ଖସି ଆସି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ରାହୁଲଙ୍କ କ୍ଷତବିକ୍ଷତ ମୃତଦେହ ଠାବ କରିଥିଲା।
ସନ୍ନ୍ୟାସୀ ଜଣଙ୍କ ତାଙ୍କ ଅନୁଗାମୀମାନଙ୍କ ସହ ଏଠାକୁ ବାର୍ଷିକ ପ୍ରାର୍ଥନା କରିବାକୁ ଆସିଥିଲେ। ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ୱେ ସନ୍ନ୍ୟାସୀ ଜଣଙ୍କ ଜଙ୍ଗଲ ମଧ୍ୟକୁ ଯାଇ ପ୍ରାର୍ଥନା କରିବାକୁ ଚାହିଁଥିଲେ।
ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ବାଘ ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିବା ଖବର ରହିଛି।
from Odisha Reporter https://ift.tt/2C91RwT
No comments:
Post a Comment