
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ଫା ହେଲିକପ୍ଟରକୁ ମୁକ୍ତ କରିଛି ପୁରୀ ପୁଲିସ। ପୁରୀ SDJMଙ୍କ ନିର୍ଦ୍ଦେଶ ପରେ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଥିବା ଇମ୍ଫାର ହ୍ୟାଙ୍ଗର ଭିତରୁ ହେଲକପ୍ଟରର ସିଲ୍ ଖୋଲାଯାଇଛି।
ଚିଲିକାରେ ସି’ ପ୍ଲେନ୍ ଉଡ଼ାଣ ବିବାଦକୁ ନେଇ ପୁରୀ ପୁଲିସ ପୂର୍ବରୁ ଇମ୍ଫାର ସମସ୍ତ ୩ଟି ଯାକ ହେଲିକପ୍ଟର ଜବତ କରି ଇମ୍ଫାର ହ୍ୟାଙ୍ଗରକୁ ସିଲ୍ କରିଥିଲା। ତେବେ ଘଟଣାରେ ଡିଜିସିଏଙ୍କ କ୍ଲନଚିଟ୍ ପ୍ରଦାନ ପରେ ପୁରୀ ପୁଲିସ ଦୁଇଟି ହେଲିକପ୍ଟରକୁ ମୁକ୍ତ କରିଥିଲା। ତେବେ ଅଭିଯୋଗ ଆସିଥିବା ହେଲିକପ୍ଟରକୁ ସିଲ୍ କରି ରଖିଥିଲା। ଏହା ବିରୋଧରେ ଇମ୍ଫା ଆଭିଏସନ୍ କର୍ତ୍ତୃପକ୍ଷ ପୁରୀ SDJMଙ୍କ କୋର୍ଟରେ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ପୁରୀ ପୁଲିସ ତୃତୀୟ ହେଲିକପ୍ଟରକୁ ଛାଡ଼ି ଦେଇଛି।
from Odisha Reporter https://ift.tt/2UHkz67
No comments:
Post a Comment