ହକି ଇଣ୍ଡିଆ ସିଇଓଙ୍କ ଅଭଦ୍ରାମୀ: ଭାରତୀୟ ଖେଳାଳିଙ୍କୁ କହିଲେ, ‘ଗେଟ୍‌ ଆଉଟ୍‌ ଫ୍ରମ୍‌ ହିଅର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ହକି ଇଣ୍ଡିଆ ସିଇଓଙ୍କ ଅଭଦ୍ରାମୀ: ଭାରତୀୟ ଖେଳାଳିଙ୍କୁ କହିଲେ, ‘ଗେଟ୍‌ ଆଉଟ୍‌ ଫ୍ରମ୍‌ ହିଅର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଖେଳାଳିଙ୍କୁ ସର୍ବ ସମ୍ମୁଖରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ଭିଆଇପି ବକ୍ସରେ ଟିମ୍ ଇଣ୍ଡିଆର କ୍ୟାପଟେନଙ୍କ ସହ ଅନ୍ୟ କିଛି ଖେଳାଳିଙ୍କ ପ୍ରତି ହକି ଇଣ୍ଡିଆର ସିଇଓ ଏଲେନା ନର୍ମାନ ଅଭଦ୍ରଭାଷା ପ୍ରୟୋଗ କରିଥିବା ଚର୍ଚ୍ଚା ହେଉଛି। ଗତକାଲି କଳିଙ୍ଗ ଷ୍ଟାଡିୟମରେ ଘଟିଥିବା ଏହି ଘଟଣା ଏବେ ସୋଶାଲ୍‌ ମିଡ଼ିଆ ଓ କେତେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଘଟଣାକୁ ନେଇ ହକି ଇଣ୍ଡିଆ ସିଇଓଙ୍କ ବିରୋଧରେ ବିରୋଧାଭାଷ ବଢୁଥିବା ବେଳେ ଏପଟେ କିନ୍ତୁ ଘଟଣାକୁ ଅସ୍ୱୀକାର କରିଛି ହକି ଇଣ୍ଡିଆ।

ଗତକାଲି ନେଦରଲ୍ୟାଣ୍ଡ-କ୍ୟାନାଡା ମ୍ୟାଚ୍ ଚାଲିଥିଲା। ଏହି ସମୟରେ ଗ୍ୟାଲେରୀରେ ଖେଳ ଦେଖୁଥିଲେ ଭାରତୀୟ ଟିମର ସଦସ୍ୟ। କ୍ୟାପଟେନ୍ ମନପ୍ରିତ ସିଂହଙ୍କ ସହ ଅନ୍ୟ କିଛି ଖେଳାଳି ଖେଳ ଦେଖୁ ଦେଖୁ ଷ୍ଟାଡ଼ିୟମର ଭିଆଇପି ବକ୍ସରେ ପଶିଯାଇଥିଲେ। ତେବେ ଖେଳାଳିଙ୍କ ପାଇଁ ବାରଣ ଥିବା ଏହି ସ୍ଥାନକୁ ଖେଳାଳିମାନଙ୍କ ପ୍ରବେଶ ପରେ ହକି ଇଣ୍ଡିଆ ସିଇଓ ଏଲେନା ନର୍ମାନ ଚିହିଁକି ଉଠିଥିଲେ। ସେ ଭିଆଇପି ବକ୍ସକୁ ଯାଇ ଖେଳାଳିମାନଙ୍କୁ ଅତି କଟୁ ଭାଷାରେ ଗାଳି ଦେଇଥିବା ଅଭିଯୋଗ ହୋଇଛି।

ଏମିତିକି ଏଲେନା ନର୍ମାନ ଖେଳାଳିଙ୍କୁ ‘ଗେଟ୍ ଆଉଟ୍ ଫ୍ରମ୍‌ ହିଅର, ହାଓ ଡେୟାର ୟୁ କମ୍ ହିଅର, ଓ ନାଓ ଜଷ୍ଟ୍ ଶଟ୍ ଅପ୍ ଆଣ୍ଡ୍ ଗେଟ୍ ଆଉଟ୍’ ଭଳି ଭାଷା ପ୍ରୟୋଗ କରିବାକୁ ପଛାଇ ନଥିଲେ। ଶହ ଶହ ଭିଭିଆଇପିଙ୍କ ସାମ୍ନାରେ ଏଲେନାଙ୍କ ଏଭଳି ଅପମାନଜଣକ ଆଚରଣ ନେଇ ଯଦିଓ ଖେଳାଳିମାନେ ମୁହଁ ଖୋଲି ନାହାନ୍ତି, ତେବେ ଏ ଘଟଣା କିନ୍ତୁ ସେଠାରେ ଉପସ୍ଥିତ କିଛି ହକିପ୍ରେମୀଙ୍କୁ ମର୍ମାହତ କରିଛି। ଏପରିକି ହକି ଇଣ୍ଡିଆ ସିଇଓଙ୍କ ଏଭଳି ଦୁର୍ବ୍ୟବହାରକୁ ନେଇ ତାଙ୍କୁ ସୋଶାଲ ମିଡିଆରେ ଅନେକ ଖୋଲାଖୋଲି ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଏପଟେ ଏକ ଇଂରାଜୀ ଦୈନିକକୁ ଜଣେ ପୂର୍ବତନ ହକି ଖେଳାଳି ମଧ୍ୟ ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଏଲେନାଙ୍କ ଧୃଷ୍ଟତା ସମ୍ପର୍କରେ ବର୍ଣ୍ଣନା ବି କରିଛନ୍ତି।

କିଛି ଦିନ ତଳେ ଫ୍ୟାନ ଭିଲେଜରେ ଜଣେ ମହିଳା ଫଟୋଗ୍ରାଫର ଓ ତାଙ୍କ ଦିବ୍ୟାଙ୍ଗ ଭାଇଙ୍କୁ ମଧ୍ୟ ଜଣେ ହକି ଇଣ୍ଡିଆ କର୍ମଚାରୀ ଅଶାଳୀନ ବ୍ୟବହାର ଅଭିଯୋଗ ପରେ ଏ ନେଇ କ୍ଷମା ମାଗିଥିଲା ହକି ଇଣ୍ଡିଆ। ଏହାପୂର୍ବରୁ ଓଟିଭି ପ୍ରତିନିଧିଙ୍କୁ ମଧ୍ୟ ଚାମ୍ବରରୁ ଚାଲିଯିବାକୁ କହି ଚର୍ଚ୍ଚାକୁ ଆସିଥିଲେ କ୍ରୀଡ଼ା ସଚିବ ବିଶାଲ ଦେବ।



from Odisha Reporter https://ift.tt/2ruRlK8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages