
ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦ୍ମୀ ପାର୍ଟି(ଆପ୍)ରେ ପୁଣିଥରେ ବିବାଦ ସୃଷ୍ଟି ହୋଇଛି। ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଦଳର ବିଧାୟକ ଅଳକା ଲାମ୍ବା ସମର୍ଥନ କରି ଦଳ ବିରୋଧରେ ଯିବାରୁ ତାଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭବତଃ ସେ ଆଜି ମଧ୍ୟାହ୍ଣରେ ଆପ୍ରୁ ଇସ୍ତଫା ଦେଇଇପାରନ୍ତି।
ରାଜୀବ ଗାନ୍ଧି ୧୯୮୪ରେ ସଂଗଠିତ ଶିଖ୍ ବିରୋଧୀ ଦଙ୍ଗାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଏଥିପାଇଁ ଆପ୍ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଭାରତ ରତ୍ନ ଫେରାଇ ନେବାକୁ ବିଧାନସଭାରେ ଏକ ସଂକଳ୍ପ ପାରିତ କରିବାକୁ ଚାହିଁଥିଲା। ଦଳର ଅଧିକାଂଶ ବିଧାୟକ ଏହାକୁ ସମର୍ଥନ କରିଥିଲେ ମଧ୍ୟ ଅଳକା ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଦଳର ନେତାମାନେ ଅଳକାଙ୍କ ଉପରେ ଖପ୍ପା ହୋଇଥିଲେ। ଶିଖ୍ ବିରୋଧୀ ଦଙ୍ଗାର ପୀଡ଼ିତାଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଆପ୍ ଏଭଳି ରଣନୀତି ଆପଣାଇଛି।
ଅଳକା ଗଣାମଧ୍ୟକୁ ସୂଚନା ଦେଇ କହିଛନ୍ତି, “ ଦଳ ମୋତେ ଇସ୍ତଫା ଦେବାକୁ କହିଛି। ମୁଁ ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତୁତ। କିନ୍ତୁ ରାଜୀବ ଗାନ୍ଧି ଦେଶ ପାଇଁ ଅନେକ କିଛି ବଳିଦାନ ଦେଇଛନ୍ତି। ତେଣୁ ସେଭଳି ଜଣେ ବ୍ୟକ୍ତିଙ୍କଠାରୁ ଭାରତ ରତ୍ନ ଫେରାଇ ଆଣିବାକୁ ପାସ୍ ହୋଇଥିବା ସଂକଳ୍ପକୁ ମୁଁ କେବେ ହେଲେ ସମର୍ଥନ କରିପାରିବି ନାହିଁ। ମୁଁ ଦଳ ବିରୋଧରେ ଯାଇଥିବାରୁ ମୋତେ ଇସ୍ତଫା ଦେବାକୁ କୁହାଯାଇଛି। ”
from Odisha Reporter http://bit.ly/2Se8FyP
No comments:
Post a Comment