ଡାଇବେଟିସ୍‌ ଓ କୋଲେଷ୍ଟ୍ରଲ୍‌ ନିୟନ୍ତ୍ରଣ କରିବ ଧନିଆ ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ଡାଇବେଟିସ୍‌ ଓ କୋଲେଷ୍ଟ୍ରଲ୍‌ ନିୟନ୍ତ୍ରଣ କରିବ ଧନିଆ ପାଣି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଖାଦ୍ୟ ତାଲିକାରେ ମସଲାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଗୁଡ଼ିକ ମଧ୍ୟରେ ଗୋଲମରିଚ, ଡାଲଚିନି, ଗୁଜୁରାତି, ମେଥି, ହଳଦୀ, ଧନିଆ ଓ ତେଜରାତି ଭଳି ମସଲା ଜାତୀୟ ଦ୍ରବ୍ୟ ରହିଛି। ଏସବୁ ବିନା ଭାରତୀୟ ଖାଦ୍ୟ କେବେ ହେଲେ ସ୍ୱାଦିଷ୍ଟ ହୁଏନାହିଁ।

ଆପଣ ଏହା ନିଶ୍ଚିତ ଶୁଣିଥିବେ ଯେ, ଅଧିକ ମସଲା ଖାଇବା ସ୍ୱାସ୍ଥ୍ୟହାନି କରାଏ। କିନ୍ତୁ ଏ କଥା ମନେ ରଖନ୍ତୁ ଯେ, ଅନେକ ସମୟରେ ଏହି ମସଲାର ଆବଶ୍ୟକ ପରିମାଣର ବ୍ୟବହାର ଆପଣଙ୍କ ଅନେକ ରୋଗକୁ ନିୟନ୍ତ୍ରଣ କରିଥାଏ।

ଏ ସମସ୍ତ ମସଲା ମଧ୍ୟରେ ଧନିଆ ଏପରି ଏକ ମସଲା ଯାହାକୁ ଖାଇବା ପାଇଁ ଆୟୁର୍ବେଦ ପରାମର୍ଶ ଦେଇଥାଏ। ଏହି ଧନିଆରେ ଅନେକ ଔଷଧୀୟ ଗୁଣ ରହିଛି। ଯାହାକୁ ପ୍ରୟୋଗ କରି ଆପଣ ଡାଇବେଟିସ୍‌, କୋଲେଷ୍ଟ୍ରଲ୍‌ ପରି ରୋଗକୁ ନିୟନ୍ତ୍ରଣ କରିପାରିବେ।

ଡାଇବେଟିସ୍‌ ଏପରି ଏକ ରୋଗ ଯାହା ମଣିଷ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦିଏ, ଯାହା ଆପଣଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ। ମସଲା ମଧ୍ୟରେ ଧନିଆକୁ ସମସ୍ତ ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇଥାଏ। ଏହାର ପତ୍ର ଓ ମଞ୍ଜିରେ ଅନେକ ଔଷଧୀୟ ଗୁଣ ରହିଛି। କୁହାଯାଏ ଧନିଆ ହେଉଛି ବିଶ୍ୱର ସବୁଠାରୁ ପୁରୁଣା ମସଲା। ଏହାକୁ ଚିନି ମସଲାରେ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ ଧନିଆ ପାଣି ଆପଣଙ୍କ ଶରୀରରେ ସୁଗାର୍‌ର ସ୍ତରକୁ ନିୟନ୍ତ୍ରଣ କରିଥାଏ। ତେବେ ଆସନ୍ତୁ ଜାଣିବା ଏହା କିପରି ଆପଣଙ୍କୁ ସାହାଯ୍ୟ କରିବ।

ଗବେଷଣା ରିପୋର୍ଟ ଅନୁସାରେ ଧନିଆ ପାଣିରେ କିଛି ଯୌଗିକ ପଦାର୍ଥ ରହିଛି।  ଯାହା ରକ୍ତରେ ମିଶିବା ପରେ ଆଣ୍ଟି-ହାଇପର୍‌ଗ୍ଲାଇକେମିକ୍‌ ଇନ୍‌ସୁଲିନ୍‌କୁ ଡିସ୍‌ଚାର୍ଜ କରି ନୂଆ ଇନ୍‌ସୁଲିନ୍‌ ଉତ୍ପାଦନ କରିଥାଏ। ଏହାଦ୍ୱାରା ଆପଣଙ୍କ ରକ୍ତରେ ଗ୍ଲୁକୋଜ୍‌ର ସ୍ତର ନିୟନ୍ତ୍ରିତ ହୋଇ ରହିଥାଏ। ଯଦି ଆପଣ ଡାଇବେଟିସ୍‌ରେ ପୀଡ଼ିତ, ତେବେ ଧନିଆ ପାଣି ପ୍ରସ୍ତୁତ କରି ପାନ କରନ୍ତୁ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ୨୦୦ ଗ୍ରାମ୍‌ ଧନିଆ ମଞ୍ଜି ଆଣନ୍ତୁ ଏବଂ ଏହାକୁ ୨ ଲିଟର୍‌ ପାଣିରେ ବତୁରାଇ ରଖନ୍ତୁ। ଏହାକୁ ରାତିସାରା ଭିଜାଇ ରଖନ୍ତୁ। ସକାଳେ ଧନିଆରୁ ପାଣି ବାହାର କରି ଏହାର ପାଣିକୁ ଖାଲି ପେଟରେ ପିଅନ୍ତୁ। କେବଳ ସକାଳେ ନୁହେଁ, ପୂରା ଦିନ ମଧ୍ୟ ଆପଣ ଏହି ପାଣି ପିଇପାରିବେ।
ଏହି ପାଣିକୁ ପିଇବା ପରେ ଧୀରେ ଧୀରେ ଆପଣଙ୍କ ବ୍ଲଡ୍‌ ସୁଗାର୍‌ର ସ୍ତର ନିୟନ୍ତ୍ରଣରେ ରହିବ।



from Odisha Reporter http://bit.ly/2QHDAqx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages