ଅନ୍‌ଲାଇନ୍‌ ସପିଂ କରି ଠକେଇର ଶିକାର ହେଲେ ବଲିଉଡ୍ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ଅନ୍‌ଲାଇନ୍‌ ସପିଂ କରି ଠକେଇର ଶିକାର ହେଲେ ବଲିଉଡ୍ ଅଭିନେତ୍ରୀ

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ ମାର୍କେଟିଂର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଘରକୁ ଜିନିଷ ଯୋଗାଉଥିବା ଏପରି ଏନେକ ଇ-କମର୍ସ ସାଇଟ୍‌ ଅଛନ୍ତି, ଯେଉଁମାନେ ବିନା ଡେଲିଭେରୀ ଚାର୍ଜରେ ସମୟ ଅନୁସାରେ ଆପଣଙ୍କ ମନ ମୁତାବକ ଜିନିଷ ପହଞ୍ଚାଉଛନ୍ତି। କିନ୍ତୁ ଅନେକ ଥର ଏହି ସବୁ ସାଇଟ୍‌ରୁ ଜିନିଷ ଆଣିବା ପରେ ଜିନିଷ ଖରାପ ହେବାର ଅଭିଯୋଗ ଆସିଥାଏ।

ଏହିପରି ଏକ ଅଭିଯୋଗ ଆଣିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଯାହାକୁ ସୋନାକ୍ଷୀ ସୋଶାଲ ମିଡିଆରେ ସେୟାର୍‌ କରିବା ପରେ ଏବେ କଥାଟା ଭାଇରାଲ୍‌ ହେବାରେ ଲାଗିଛି।

ସୋନାକ୍ଷୀ ଆମାଜନ୍‌ ସାଇଟ୍‌ରୁ ଏକ ଇୟର୍‌ଫୋନ୍‌ ଅର୍ଡର୍‌ କରିଥିଲେ। ଏହା ପରେ ଡେଲିଭରୀ ବଏ କିଛିଦିନ ପରେ ତାଙ୍କୁ ଡେଲିଭରୀ ପ୍ୟାକେଟ୍‌ ଆଣି ଦେଇଥିଲେ। ଯାହାକୁ ଖୋଲିବା ପରେ ସୋନାକ୍ଷୀ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ସେହି ପ୍ୟାକେଟ୍‌ରେ ଇୟର୍‌ଫୋନ୍‌ ବଦଳରେ ଏକ  ଲୁହା ଖଣ୍ଡ ରହିଥିଲା।

ଏସବୁ ପରେ ସୋନାକ୍ଷୀ ଆମାଜନ୍‌କୁ ଟ୍ୱିଟ୍‌ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋନାକ୍ଷୀଙ୍କର ଏହି ଟ୍ୱିଟ୍‌ ଭାଇରାଲ୍‌ ହେବାରେ  ଲାଗିଛି।

ସୋନାକ୍ଷୀ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି, “ହାଏ ଆମାଜନ୍‌, ମୁଁ ବୋସ୍‌ ଇୟର୍‌ଫୋନ୍‌ ଅର୍ଡର୍‌ କରିଥିଲି। କିନ୍ତୁ ଦେଖନ୍ତୁ ମୋତେ ଏହା ବଦଳରେ କ’ଣ ମିଳିଛି। ଏହି ପ୍ୟାକେଟ୍‌ଟି ଭଲ ଭାବରେ ପ୍ୟାକିଂ ହୋଇଛି। ଭଲ ଦେଖା ମଧ୍ୟ ଯାଉଛି, କିନ୍ତୁ କେବଳ ବାହାରକୁ। ପ୍ୟାକେଟ୍‌ ଭିତରେ ଲୁହାର ଏକ ଖଣ୍ଡ ରହିଛି। ଏହି ଘଟଣା ପରେ ଆପଣଙ୍କ ଗ୍ରାହକ ସେବା ସର୍ଭିସ୍‌ର କୌଣସି ସାହାଯ୍ୟ ମିଳି ପାରିନାହିଁ।”
ସୋନାକ୍ଷୀଙ୍କର ଏହି ଟ୍ୱିଟ୍‌ ପରେ ଅନେକ ୟୁଜର୍‌ ଆମାଜନ୍‌କୁ ନିନ୍ଦା କରିଛନ୍ତି। ଏହା ସହିତ କିଛି ୟୁଜର୍‌ ଏହାର ମଜା ମଧ୍ୟ ନେଇଛନ୍ତି।
ସୋନାକ୍ଷୀଙ୍କର ଏହି ଟ୍ୱିଟ୍‌ ପରେ ଆମାଜନ୍‌ ସାଇଟ୍‌ ନିଜର ପ୍ରତିକ୍ରିୟା ରଖିଛି ଏବଂ ଏପରି ଭୁଲ୍‌ ଜିନିଷ  ଡେଲିଭେରୀ ପାଇଁ କ୍ଷମା ପ୍ରାର୍ଥନା କରିଛି। ଭବିଷ୍ୟତରେ ଏପରି ନ ହେବା ବୋଲି ପ୍ରତିଶ୍ରୁତି ଦେଇଛି।



from Odisha Reporter https://ift.tt/2RZK6FP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages