ଫେବ୍ରୁଆରୀ ୨୨ରେ ମ୍ୟାଟ୍ରିକ୍‌ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ଫେବ୍ରୁଆରୀ ୨୨ରେ ମ୍ୟାଟ୍ରିକ୍‌ ପରୀକ୍ଷା

matric-exam

କଟକ(ଓଡ଼ିଶା ରିପୋର୍ଟର): ୨୦୧୯ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ମଧ୍ୟମା ପରୀକ୍ଷା ୨୨ରୁ ଆରମ୍ଭ ହୋଇ ୨ ତାରିଖ ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ମାର୍ଚ୍ଚ ୬ ତାରିଖରେ ସରିବ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ୍‌ ଆରା ବେଗମ୍‌।

 

ଫେବ୍ରୁଆରୀ ୨୨ ତାରିଖରେ ପ୍ରଥମ ଭାଷା ଓଡ଼ିଆ ସାହିତ୍ୟ, ୨୫ରେ ଇଂରାଜୀ, ୨୭ ତାରିଖରେ ହିନ୍ଦୀ ଓ ୨୮ରେ ସଂସ୍କୃତ ପରୀକ୍ଷା ହେବ। ସେହିପରି ମାର୍ଚ୍ଚ ୨ରେ ଗଣିତ, ୬ ତାରିଖରେ ସାଧାରଣ ବିଜ୍ଞାନ, ୮ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

 

ହାଇସ୍କୁଲ ପରୀକ୍ଷା ସକାଳ ୯ ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ହେବ। କିନ୍ତୁ ଗଣିତ ପରୀକ୍ଷା ୧୧.୪୫ରେ ସରିବ। କାରଣ ଗଣିତରେ ଓଏମ୍‌ଆର୍‌ରେ ଅଧିକ ୧୫ ମିନିଟ୍‌ ଦିଆଯାଇଛି। ଆସନ୍ତାବର୍ଷ ପରୀକ୍ଷାର୍ଥୀଙ୍କ ପାଇଁ ଓଏମ୍‌ଆର୍‌ର ୪ଟି ଅବଜେକ୍ଟିଭ୍‌ ସେଟ୍‌ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ସେହିପରି ସବ୍‌ଜେକ୍ଟିଭ୍‌ରେ ୪ଟି ସେଟ୍‌ ପ୍ରଶ୍ନପତ୍ର କରାଯାଇଛି।

 

ମଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଦ୍ୱିତୀୟ ସିଟିଂରେ ହେବ। ପରୀକ୍ଷା ୧.୩୦ରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ତେବେ ପେଣ୍ଟିଂ ପରୀକ୍ଷା ୪.୩୦ ପର୍ଯ୍ୟନ୍ତ ହେବ। ମଧ୍ୟମା ପରୀକ୍ଷା କେବଳ ନୋଡାଲ ସେଣ୍ଟରରେ ହେବ। 



from Odisha Reporter https://ift.tt/2zWY1VY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages