ବେରୋଜଗାର ଓ ପିସି ବିରୋଧରେ ୧୦ରୁ ହରତାଳ କରିବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ବେରୋଜଗାର ଓ ପିସି ବିରୋଧରେ ୧୦ରୁ ହରତାଳ କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେରୋଜଗାର ସମସ୍ୟା ଓ ପିସି ଆଦାୟର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ଆସନ୍ତା ୧୦ ତାରିଖରୁ ୧୦ଦିନ ପାଇଁ ରାଜ୍ୟବ୍ୟାପୀ ସମସ୍ତ ନିର୍ବାହୀ ଯନ୍ତ୍ରୀ ଓ ଏସଡିଓ କାର୍ଯ୍ୟାଳୟ ସମ୍ମୁଖରେ ହରତାଳ କରିବ।ଏହାସହିତ ଡିସେମ୍ବର ୨୫ ତାରିଖରୁ ବିଜେପିର ଜନପରାମର୍ଶ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବ।

ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ ଓଡ଼ିଆ ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇଦେବା ଓ ସରକାରଙ୍କ ପିସି ନୀତି ବିରୋଧରେ ଆଜି ନ୍ୟୁ ଓଡ଼ିଶା ୟୁଥ୍ କୋଅର୍ଡିନେଟର ସମ୍ମିଳନୀରେ ହରତାଳ କରିବା ପାଇଁ ବିଜେପି ଯୁବମୋର୍ଚ୍ଚା ନିଷ୍ପତ୍ତି ନେଇଛି। ଏଥିରେ ଓଡ଼ିଶାର ଯୁବକ ଓ ଛାତ୍ରଛାତ୍ରୀମାନେ ସାମିଲ ହେବେ।

ଏହା ବ୍ୟତୀତ ଡିସେମ୍ବର ୨୫ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଦିନଠାରୁ ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଜଗାର ଜନପରାମର୍ଶ ପଦଯାତ୍ରା ଆରମ୍ଭ ହେବ। ଓଡ଼ିଆ ଯୁବକଙ୍କ ରୋଜଗାର ହକ୍ ପାଇଁ ବିଜେପି ଯୁବମୋର୍ଚ୍ଚା ଯେଉଁ ଆହ୍ୱାନ ଦେଇଥିଲା ସେଥିପାଇଁ ନିର୍ଣ୍ଣାୟକ ଲଢ଼େଇ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।



from Odisha Reporter https://ift.tt/2SucGyY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages