ହକି ବିଶ୍ୱକପ୍‌: ପାକ୍‌ର ନିଶ୍ଚିତ ବିଜୟକୁ ଅଟକାଇଲା ମ୍ୟାଲେସିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ହକି ବିଶ୍ୱକପ୍‌: ପାକ୍‌ର ନିଶ୍ଚିତ ବିଜୟକୁ ଅଟକାଇଲା ମ୍ୟାଲେସିୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଦର୍ଶକେ ଆଉ ଏକ ସଂଘର୍ଷପୂର୍ଣ୍ଣ ହକି ମ୍ୟାଚ୍‌ରେ ମଜା ନେଇଛନ୍ତି। ପୂରା ମ୍ୟାଚ୍‌ରେ ପାକିସ୍ତାନର ଦବାଦବା ଦେଖିବାକୁ ମିଳିଥିଲା ବେଳେ ଶେଷ ୫ ମିନିଟ୍‌ରେ ମ୍ୟାଲେସିୟା ସବୁକିଛି ଓଲଟପାଲଟ କରି ଦେଇଛି।

ମ୍ୟାଚ୍‌ର ୫୫ ତମ ମିନିଟ୍‌ ପର୍ଯ୍ୟନ୍ତ ପାକିସ୍ତାନ ୧-୦ରେ ଆଗୁଆ ରହିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ମ୍ୟାଲେସିୟା ଗୋଲ୍‌ ସ୍କୋର କରି ମ୍ୟାଚ୍‌ଟିକୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ପାକିସ୍ତାନ ଏକ ନିଶ୍ଚିତ ବିଜୟକୁ ହାତଛଡ଼ା କରି କ୍ରସ ଓଭର୍‌ ମ୍ୟାଚ୍‌ ଖେଳିବାର ଆଶଙ୍କା ଭିତରୁ ଠେଲି ହୋଇଯାଇଛି।

ଅନ୍ୟପକ୍ଷରେ ମ୍ୟାଲେସିୟା ମଧ୍ୟ ପ୍ରଥମ ମ୍ୟାଚ୍‌ ହାରିଥିଲା। କିନ୍ତୁ ପାକିସ୍ତାନ ଭଳି ୩ଥରର ବିଶ୍ୱ ବିଜେତା ସହ ମ୍ୟାଚ୍‌ ଡ୍ର କରି ଦଳ ନିଜର ମନୋବଳ ବୃଦ୍ଧି କରିପାରିଛି।

ମ୍ୟାଚ୍‌ ଆରମ୍ଭରୁ ପାକିସ୍ତାନ ଅପେକ୍ଷାକୃତ ଦୁର୍ବଳ ମ୍ୟାଲେସିୟା ଉପରେ ଚାପ ସୃଷ୍ଟି କରିଥିଲା। କିନ୍ତୁ ଦଳକୁ ଆଦୌ ସଫଳତା ମିଳି ନଥିଲା। ମ୍ୟାଚ୍‌ର ପ୍ରଥମ ୩ଟି ଯାକ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା। ମ୍ୟାଚ୍‌ର ୩୯ ତମ ମିନିଟ୍‌ରେ ମ୍ୟାଲେସିୟାକୁ ଗୋଲ କରିବାର ସୁଯୋଗ ମିଳିଥିଲେ ହେଁ ଦଳ ଏହାକୁ ହାତଛଡ଼ା କରିଥିଲା।

୪ର୍ଥ କ୍ୱାର୍ଟର ଆରମ୍ଭରୁ ପାକିସ୍ତାନ ତା’ର ରଣନୀତି ପରିବର୍ତ୍ତନ କରିବା ସହ ଘନଘନ ଆକ୍ରମଣ କରିଥିଲା। ଶେଷରେ ମ୍ୟାଚ୍‌ର ୫୧ତମ ମିନିଟ୍‌ରେ ପାକିସ୍ତାନ ପକ୍ଷରୁ ମହମ୍ମଦ ଅତିକ୍‌ ଗୋଲ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ୫୪ତମ ମିନିଟ୍‌ରେ ମ୍ୟାଲେସିୟାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ପାକିସ୍ତାନ ଭିଡିଓ ରେଫରାଲ୍‌ ମାଗିଥିଲା। ଫଳରେ ମ୍ୟାଲେସିୟାର ପେନାଲ୍ଟି କର୍ଣ୍ଣର କାଟ୍‌ ଖାଇଯାଇଥିଲା।

ତେବେ ୫୫ତମ ମିନିଟ୍‌ରେ ପୁଣି ମ୍ୟାଲେସିୟାକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏଥର ଫୈଜଲ ସାଇରି ଏହାକୁ ଗୋଲ କରି ସ୍ଥିତି ବରାବର କରିଦେଇଥିଲେ। ଶେଷ ୫ ମିନିଟ୍‌ରେ ପାକିସ୍ତାନ ଗୋଲ କରି ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିଥିଲେ ହେଁ ମ୍ୟାଲେସିୟା ସବୁ ପ୍ରକାରର ଉଦ୍ୟମକୁ ରୋକି ଦେଇଥିଲା। ଶେଷରେ ମ୍ୟାଚ୍‌ଟି ଡ୍ର ହୋଇଥିଲା।



from Odisha Reporter https://ift.tt/2EeGFaY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages