ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୬, ୧୪୬ ଗୁରୁତର, ଏବେ ଚାଲିଛି ଉଦ୍ଧାର କାର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୬, ୧୪୬ ଗୁରୁତର, ଏବେ ଚାଲିଛି ଉଦ୍ଧାର କାର୍ଯ୍ୟ

ମୁମ୍ବାଇ: ପୂର୍ବ ଅନ୍ଧେରୀର ମରଲୋ ସ୍ଥିତ ସରକାରୀ ହସ୍ପିଟାଲ୍‌ରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଜଣେ ୨ ମାସର ଶିଶୁ ରହିଛନ୍ତି। ସେହିପରି ଉଦ୍ଧାରକାରୀ ଦଳ ହସ୍ପିଟାଲ୍‌ ମଧ୍ୟରେ ଚିକିତ୍ସିତ ହେଉଥିବା ୧୪୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି। ଏବେ ବି ହସ୍ପିଟାଲ୍‌ ମଧ୍ୟରେ କିଛି ରୋଗୀ ଏବଂ କର୍ମଚାରୀ ଫସି ରହିଥିବା ଆଶଙ୍କା କରାଯାଉଛି। ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ ଏହି ହସ୍ପିଟାଲ୍‌ରେ ୧୬୦ ଜଣ ରୋଗୀ ରହିଥିବା ବେଳେ ସେମାନଙ୍କ ସମ୍ପର୍କୀୟ ଏବଂ କର୍ମଚାରୀ ରହିଥିଲେ।

ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିଆଁ ଲାଗିଥିବା ୫ ମହଲା ବିଶିଷ୍ଟ ଇଏସ୍‌ଆଇସି କାମଗର ହସ୍ପିଟାଲ୍‌ ମଧ୍ୟରେ ଏବେ ବି ୨୦ରୁ ୩୦ ଜଣ ରୋଗୀ, ହସ୍ପିଟାଲ କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାରର ଉଦ୍ୟମ ଜାରି ରହିଛି।

ହସ୍ପିଟାଲ୍‌ର ଗ୍ରାଉଣ୍ଡ ଫ୍ଲୋରରେ ପ୍ରଥମେ ନିଆଁ ଲାଗିଥିଲା। ଏଠାରେ କିଛି ରବର ଡଷ୍ଟ ଥିବାରୁ ନିଆଁ ଏଥିରେ ଲାଗିଯାଇ ତୁରନ୍ତ ଅନ୍ୟ ଫ୍ଲୋରକୁ ବ୍ୟାପି ଯାଇଥିଲା। ହସ୍ପିଟାଲ୍‌ ପାଖରେ ପ୍ରଭିଜନାଲ ଅଗ୍ନିନିରାପତ୍ତା ଏନ୍‌ଓସି ରହିଥିଲା। ଚୂଡ଼ାନ୍ତ ଅଗ୍ନିନିରାପତ୍ତା ଏନ୍‌ଓସି ଉକ୍ତ ହସ୍ପିଟାଲକୁ ମିଳିନାହିଁ।

ଏବେ ବି ହସ୍ପିଟାଲ୍‌ରେ ବେସମେଣ୍ଟ ଓ ଅନ୍ୟାନ୍ୟ କାମ ଚାଲୁ ରହିଛି। ତେଣୁ ହସ୍ପିଟାଲକୁ ଚୂଡ଼ାନ୍ତ ଏନ୍‌ଓସି ମିଳିନଥିବା ଜଣାପଡ଼ିଛି। ନିଆଁ ଲାଗିବା ପରେ କିଛି ଲୋକ ହସ୍ପିଟାଲ୍‌ ଛାତରୁ ଡେଇଁ ପଡ଼ିଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ କିମ୍ବା ସେମାନଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଥିବାରୁ ବିସ୍ତୃତ ସୂଚନା ମିଳିପାରି ନାହିଁ।

ଅନ୍ୟପକ୍ଷରେ ସ୍ଥାନୀୟ ମେୟର ବିଶ୍ୱନାଥ ମହାଦେବଶ୍ୱର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ସେହିପରି ଆହତଙ୍କ ମଧ୍ୟରେ ଥିବା ୨ ଜଣ ନବଜାତକଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ର ଆଇସିୟୁରେ ରଖାଯାଇଛି। ସେହିପରି ଅନ୍ୟ ଆହତଙ୍କୁ ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ଦିଆଯାଇଛି। ଆଜି ଅପରାହ୍ଣ ୪ଟରେ ହସ୍ପିଟାଲ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଥିଲା।



from Odisha Reporter https://ift.tt/2R1QM91

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages