
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ଅସାଧୁ ଅଧ୍ୟାପକଙ୍କୁ ଜଗିବ ବାୟୋମେଟ୍ରିକ୍ ମେସିନ୍। ଡିଗ୍ରୀ କଲେଜ୍ ଗୁଡିକରେ ଅଧ୍ୟାପକଙ୍କ ଉପସ୍ଥାନ କମୁଥିବାରୁ ବାୟୋମେଟ୍ରିକ ମେସିନ୍ ଲଗାଇବାକୁ ଯୋଜନା କରୁଛି ଉଚ୍ଚଶିକ୍ଷା ବିଭାଗ। ଏହାଦ୍ୱାରା କେବଳ ଅଧ୍ୟାପକ ନୁହେଁ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମଧ୍ୟ ବଢ଼ିବ ବୋଲି ଆଶା ରଖିଛି ବିଭାଗ। ତେବେ ପ୍ରସ୍ତାବିତ ଏଇ ନୂଆ ଯୋଜନାକୁ ବିରୋଧ କରିଛି ବିଶ୍ୱବିଦ୍ୟାଳୟ ଶିକ୍ଷକ ମହାସଂଘ।
ଅସାଧୁ ଅଧ୍ୟାପକଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଏହି ଯୋଜନା କରାଯାଇଛି। ସେମାନେ କେଉଁ ସମୟରେ କଲେଜ ଆସୁଛନ୍ତି ଓଯାଉଛନ୍ତି, ଏଣିକି ତା’ର ରେକର୍ଡ ରଖିବ ବାୟୋମେଟ୍ରିକ୍ ମେସିନ୍। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଅଧ୍ୟାପକଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବାୟୋମେଟ୍ରିକ୍ ମେସିନ୍ ଲଗାଇବାକୁ ଯୋଜନା କରୁଛି ଉଚ୍ଚ ଶିକ୍ଷା ବିଭାଗ। ଏପରିକି ଏବେଠୁ କିଛି କଲେଜରେ ବାୟୋମେଟ୍ରିକ୍ ମେସିନ୍ ଲାଗି ସାରିଲାଣି, କିନ୍ତୁ ତାହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇନାହିଁ। କଲେଜ୍ ଗୁଡିକରେ ଅଧ୍ୟାପକମାନେ ଅଧାଦିନ କ୍ଲାସ୍ କରିବାକୁ ଆସୁନଥିବା ଅଭିଯୋଗ ବଢୁଥିବାରୁ ଖୁବଶୀଘ୍ର ଏଇ ନୂଆ ବ୍ୟବସ୍ଥାକୁ ଆପଣା ଯାଇପାରେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି।
ଏପଟେ ବ୍ୟବସ୍ଥା ଲାଗୁ ନହେଉଣୁ ଏହାକୁ ବିରୋଧ ଆରମ୍ଭ ହୋଇଯାଇଛି। କିଛି ଅଧ୍ୟାପକଙ୍କ ଲାଗି ସମଗ୍ର ଅଧ୍ୟାପକ ଜାତି ଉପରେ ସନ୍ଦେହ କରିବା ଉଚିତ୍ ନୁହେଁ ବୋଲି ଓଡ଼ିଶା ବିଶ୍ୱବିଦ୍ୟାଳୟ ଶିକ୍ଷକ ମହାସଂଘ ଯୁକ୍ତି ରଖିଛି। ଅନ୍ୟପକ୍ଷରେ କେବଳ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ନୁହେଁ, ଭିତ୍ତିଭୂମି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି ଶିକ୍ଷାବିତ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ୯୦୦ରୁ ଅଧିକ ଡିଗ୍ରୀ କଲେଜ ରହିଛି। ଏସବୁ କଲେଜରେ ବାୟୋମେଟ୍ରିକ୍ ମେସିନ୍ କେବେ ଲାଗୁଛି ଏବଂ ଏହା ଉଚ୍ଚଶିକ୍ଷାର ଗୁଣାତ୍ମକମାନକୁ କେତେ ବଢ଼ାଉଛି ତା ଉପରେ ରହିବ ନଜର ।
from Odisha Reporter https://ift.tt/2RvknVe
No comments:
Post a Comment