ଥାର୍ଡ ଅମ୍ପୟାରଙ୍କ ନିଷ୍ପତ୍ତିରେ ପ୍ରଥମ ରନ୍‌ଆଉଟ୍‌ ହୋଇଥିଲେ ଏହି ବ୍ୟାଟ୍‌ସମ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ଥାର୍ଡ ଅମ୍ପୟାରଙ୍କ ନିଷ୍ପତ୍ତିରେ ପ୍ରଥମ ରନ୍‌ଆଉଟ୍‌ ହୋଇଥିଲେ ଏହି ବ୍ୟାଟ୍‌ସମ୍ୟାନ୍‌

ମୁମ୍ବାଇ: ୧୯୯୨ ମସିହା ନଭେମ୍ବର ୧୪ ତାରିଖରେ ପ୍ରଥମ ଥର ପାଇଁ ଥାର୍ଡ ଅମ୍ପୟାର ନେଇଥିଲେ ଆଉଟ୍‌ ନିଷ୍ପତ୍ତି। ବ୍ୟାଟିଂରେ ରେକର୍ଡର ପାହାଡ଼ ଛିଡ଼ା କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ହିଁ ହୋଇଥିଲେ ଏହି ନିଷ୍ପତ୍ତିର ଶିକାର। ଟେକ୍ନୋଲୋଜିର ବ୍ୟବହାର କରି ପ୍ରଥମଥର ପାଇଁ ଥାର୍ଡ ଅମ୍ପୟାର ଭୂମିକାରେ ଆସିଥିଲେ କାର୍ଲ ଲିଅନ୍‌ବର୍ଗ।

ଏହା ଥିଲା ଦକ୍ଷିଣଆଫ୍ରିକା ଗସ୍ତର ପ୍ରଥମ ଟେଷ୍ଟ, ଯାହାକି ଡର୍ବାନ୍‌ଠାରେ ଖେଳାଯାଉଥିଲା। ମହମ୍ମଦ ଅଝାରୁଦ୍ଦୀନ୍‌ ଭାରତୀୟ ଟିମ୍‌ର ଅଧିନାୟକ ଭାବରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ୨୫୪ରେ ଅଲ୍‌ ଆଉଟ୍‌ ହେବାପରେ ଖେଳର ଦ୍ୱିତୀୟ ଦିନରେ ୨୨ ରନ୍‌ କରି ଭାରତ ୨ଟି ୱିକେଟ୍‌ ହରାଇ ସାରିଥିଲା। କ୍ରିଜ୍‌ରେ ଥିବା ରବି ଶାସ୍ତ୍ରୀଙ୍କ ସହିତ ଯୋଗ ଦେଇଥିଲେ ସଚିନ୍ ତେନ୍ଦୁଲକର।

ସେମାନେ ୧୬ ରନ୍‌ର ଭାଗିଦାରୀ କରି ସାରିବାପରେ ଆସିଥିଲା ବିଶେଷ ମୁହୁର୍ତ୍ତ। ଭାରତର ସ୍କୋର ୩୮ରେ ପହଞ୍ଚିସାରିଥିଲା ଏବଂ ୧୯ ବର୍ଷୀୟ ସଚିନ୍‌ଙ୍କୁ ବଲ୍‌ ପକାଇଲେ ବ୍ରିୟାନ୍‌ ମ୍ୟାକ୍‌ମିଲାନ୍‌। ଗୁଡ୍‌ ଲେଙ୍ଗଥ୍‌ର ଏହି ବଲ୍‌କୁ ସଚିନ୍‌ ପଏଣ୍ଟ ଅଞ୍ଚଳକୁ ମାରିଥିଲେ ଏବଂ ସେଠାରେ ଫିଲ୍ଡିଂ କରୁଥିବା କିମ୍ବଦନ୍ତୀ ଫିଲ୍ଡର ଜଣ୍ଟି ରୋଡସ୍ ବଲ୍‌ ହାତେଇ ନେଇଥିଲେ।

ସଚିନ୍‌ ସିଙ୍ଗିଲ୍‌ ନେବାକୁ ପ୍ରୟାସ କରିଥିଲେ ମଧ୍ୟ ଶାସ୍ତ୍ରୀ ମନା କରିବାରୁ ସେ ପଛକୁ ଫେରି ଆସିବାର ପ୍ରୟାସ କରିଥିଲେ। ଜଣ୍ଟି ୱିକେଟ୍‌ ଆନକୁ ଥ୍ରୋ କରିଥିଲେ ଏବଂ ସେଠାରେ ଅଣ୍ଡ୍ରୁ ହଡ୍ସନ୍‌ ଅପେକ୍ଷା କରିଥିଲେ। ହଟ୍ସନ୍‌ ବଲ ହାତେଇ ୱିକେଟ୍‌ରୁ ବେଲ୍‌ ଖସାଇବାବେଳକୁ ହିଁ ସଚିନ୍‌ ପହଞ୍ଚିଗଲେ। ମାତ୍ର କିଛି ସେକେଣ୍ଡର ନିଷ୍ପତ୍ତିଖାଲି ଆଖିରେ ଦେଖିବା ଅସମ୍ଭବ ହୋଇଥିବାରୁ ଲେଗ୍‌ ଅମ୍ପୟାର ସିରିଲ୍‌ ମିଚଲେ ଥାର୍ଡ ଅମ୍ପୟାରଙ୍କ ପରାମର୍ଶ ନେଇଥିଲେ।

ରିପ୍ଲେରୁ ସ୍ପଷ୍ଟ ଜଣାପଡ଼ୁଥିଲା ସଚିନ୍‌ ପଛୁଆ ଥିଲା। ତେଣୁ କାର୍ଲ ଲିଅନ୍‌ବର୍ଗ ଆଉଟ୍ ଦେବା ବ୍ୟତୀତ ଅନ୍ୟ କିଛି ବାଟ ନଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣଆଫ୍ରିକାର ୯ ୱିକେଟ୍‌ରେ ପରାଜୟ ହୋଇଥିଲା।



from Odisha Reporter https://ift.tt/2SkA15U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages