ହଜିଗଲା ମାନବିକତା: ନାବାଳକକୁ ଖୁଣ୍ଟରେ ବାନ୍ଧି ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ହଜିଗଲା ମାନବିକତା: ନାବାଳକକୁ ଖୁଣ୍ଟରେ ବାନ୍ଧି ପିଟିଲେ

child

ଜଳେଶ୍ୱର (ଅଜିତ ଦାଶ): ବେଳେ ବେଳେ ମଣିଷ ସବୁ ହିତାହିତ ଜ୍ଞାନ ଭୁଲି ଯାଇ ଏପରି କାଣ୍ଡ କରିବସେ ଯାହା ଏକ ସୁସ୍ଥ ସମାଜରେ ଆଦୌ ଗ୍ରହଣୀୟ ନୁହେଁ। ଦୁନିଆରେ ଏପରି ବହୁ ଉଦାହରଣ ରହିଛି। ହେଲେ ଆଜି ବାଲେଶ୍ୱରର ଜିଲ୍ଲାର ଜଳେଶ୍ୱର ଷ୍ଟେସନ ବଜାରରେ ଶହ ଶହ ଲୋକଙ୍କ ଆଗରେ ଯାହା ଘଟିଗଲା ତାକୁ କେହି ବି ଗ୍ରହଣ କରିପାରିବେ ନାହିଁ।

ଏକ ଚୋରି ଅଭିଯୋଗରେ ଜଣେ ନାବାଳକ (୮ରୁ ୧୦ ବର୍ଷ)କୁ ଖୁଣ୍ଟରେ ବାନ୍ଧି ଦୋକାନୀ ଓ ତାଙ୍କ ସହଯୋଗୀ ନିସ୍ତୁକ ମାଡ଼ ମାରିଛନ୍ତି।

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପିଲାଟିକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ଦୋକାନୀ ଜଣଙ୍କ ଦୋକାନରେ ନଥିବା ବେଳେ ପିଲାଟି ଭିତରକୁ ପଶି ଯାଇଥିଲା। ଏହି ସମୟରେ ଦୋକାନୀ ପହଞ୍ଚି ତାକୁ ଅଟକାଇବା ସହ ଦୋକାନରୁ ୪ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ହୋଇଥିବା ଅଭିଯୋଗ କରିବା ସହ ପିଲାଟି ଉପରେ ଦୋଷ ଲଦି ମାଡ଼ ମାରିବା ଆରମ୍ଭ କରିଦେଇଥିଲେ। କେବଳ ସେ ଏକା ନୁହେଁ, ତାଙ୍କର କିଛି ସହଯୋଗୀ ମଧ୍ୟ ଏଥିରେ ତାଙ୍କୁ ଭରପୂର ସହଯୋଗ କରିଥିଲେ।

ଏବେ ପ୍ରଶ୍ନ ଉଠୁଛି, ଦୋକାନରୁ ପ୍ରକୃତରେ ଚୋରି ହୋଇଥିଲା କି ? ଯଦି ଚୋରି ହୋଇଥିଲା, ପିଲାଟି କରିଥିବା କେହି ଦେଖିଥିଲା କି ? କାରଣ ପିଲାଟିକୁ ଯେତେବେଳେ ଦୋକାନ ଭିତରେ ଦୋକାନୀ ଧରିଲେ, ତା’ ପାଖରୁ କୌଣସି ଟଙ୍କା ମିଳି ନଥିଲା। ତା’ପରେ ଯଦି ବି ପିଲାଟି ଚୋରି କରିଥିବ, ତାକୁ ପୁଲିସ୍‌ରେ ନଦେଇ ଏପରି ରାସ୍ତା ଉପରେ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା କେତେଦୂର ଯୁକ୍ତିଯୁକ୍ତ ତାହା ଚାରିଆଡ଼େ ଆଲୋଚନାର ବିଷୟ ପାଲଟିଛି।



from Odisha Reporter https://ift.tt/2UO48VC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages