ଶୁଟ୍‌ଆଉଟ୍‌ରେ ବିଶ୍ୱକପ୍‌ ଜିତିଲା ବେଲ୍‌ଜିୟମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ଶୁଟ୍‌ଆଉଟ୍‌ରେ ବିଶ୍ୱକପ୍‌ ଜିତିଲା ବେଲ୍‌ଜିୟମ୍‌

ଭୁବନେଶ୍ୱର: ରବିବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ରେ ବିଶ୍ୱବିଜେତା ହୋଇଛି ବେଲ୍‌ଜିୟମ୍‌। ବିଶ୍ୱକପ୍‌ର ୧୮ତମ ଦିବସରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ନେଦରଲ୍ୟାଣ୍ଡସ୍‌ ବିପକ୍ଷରେ ବେଲ୍‌ଜିୟମ୍‌ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ଜିତିଛି।


ଏହି ରୋମାଞ୍ଚକର ମ୍ୟାଚ୍‌ରେ କିଛି ଫଳାଫଳ ନମିଳିବାରୁ ପେନାଲ୍ଟି ଶୁଟ୍‌ଆଉଟ୍‌ ଯାଏ କଥା ଯାଇଥିଲା। ପ୍ରଥମ କରି ଶୁଟ୍‌ଆଉଟ୍‌ ପାଇଁ ସୁଯୋଗ ପାଇଥିବା ନେଦରଲ୍ୟାଣ୍ଡ ଗୋଲ୍‌ କରିବାରେ ସଫଳ ହୋଇଥିଲା। କିନ୍ତୁ ଏଥିରେ ଆରମ୍ଭରୁ ବିଫଳ ହୋଇଥିଲା ବେଲ୍‌ଜିୟମ୍‌।

ଏହାପରେ ସ୍ଥିତିରେ ପରିବର୍ତ୍ତନ ଆସିଥିଲା ଏବଂ ଗୋଲ୍‌ ସ୍ଥିତି ୨-୨କୁ ଚାଲିଯାଇଥିଲା। ଫଳାଫଳ ପାଇଁ ସଡନ୍‌ ଡେଥ୍‌ର ସାହାଯ୍ୟ ନିଆଯିବାରୁ ବିଜୟର ହାୱା ବେଲ୍‌ଜିୟମ୍‌ ପକ୍ଷରେ ବୋହିଥିଲା।


ସଡନ୍‌ ଡେଥ୍‌ର ସୁଯୋଗ ନେଇ ପ୍ରଥମ ଥରରେ ଗୋଲ୍‌ କରିବାରେ ସଫଳ ହୋଇଥିଲା ବେଲ୍‌ଜିୟମ୍‌। ସ୍ଥିତି ୩-୨କୁ ଚାଲିଯିବା ପରେ ବରାବର କରିବାପାଇଁ ନେଦରଲ୍ୟାଣ୍ଡସ୍‌ ପାଖରେ ସୁଯୋଗ ଥିଲେ ମଧ୍ୟ ଏଥିରେ ସେମାନେ ବିଫଳ ହୋଇଥିଲେ।

ସଫଳତାର ସହିତ ନେଦର୍‌ଲ୍ୟାଣ୍ଡସ୍‌ର ଘନଘନ ଆକ୍ରମଣର ମୁକାବିଲା କରିଥିବା ବେଲ୍‌ଜିୟମ୍‌ର ଗୋଲ୍‌କିପର୍‌ ଭିନ୍‌ସେଣ୍ଟ ୱାନାସ୍କ ପ୍ଲେୟର୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।


ଆଜି ମ୍ୟାଚ୍‌ର ବହୁପୂର୍ବରୁ ଆୟୋଜକ ଦେଶ ଭାରତ ବିଦାୟ ନେଇଯାଇଥିବାରୁ ମାହୋଲ ମାନ୍ଦା ରହିବ ବୋଲି ଆଶା କରାଯାଉଥିଲେ ହେଁ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଏହାକୁ କିଛି ମାତ୍ରାରେ ସମ୍ଭାଳି ପାରିଥିଲେ। ପ୍ରଥମଥରପାଇଁ ହକି ଷ୍ଟାଡିୟମ୍‌ରେ ମଧ୍ୟ ‘ସଚିନ୍‌ ସଚିନ୍‌’ର ନାରା ଶୁଭୁଥିଲା।



from Odisha Reporter https://ift.tt/2PGITBg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages