ସିବିଆଇ ବିବାଦ ମାମଲାର ଶୁଣାଣିରୁ ଓହରିଗଲେ ସିଜେଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ସିବିଆଇ ବିବାଦ ମାମଲାର ଶୁଣାଣିରୁ ଓହରିଗଲେ ସିଜେଆଇ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ନିଯୁକ୍ତ କରିଥିବା ଏମ୍‌ ନାଗେଶ୍ୱର ରାଓଙ୍କୁ ବିରୋଧ କରି ଆଗତ ଏକ ମାମଲାରୁ ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓହରି ଯାଇଛନ୍ତି।

ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଲୋକ ବର୍ମା ବିଦା ହେବା ପରେ ଏହି ପଦରେ ଏମ୍‌ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୨୪ରେ ସ୍ଥାୟୀ ସିବିଆଇ ମୁଖ୍ୟ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱାର ସିଲେକ୍ସନ କମିଟି ବସିବ।

ଏଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ପ୍ରଧାନ ବିଚାରପତି ଓ ବିରୋଧୀ ଦଳ ନେତା ରହିଛନ୍ତି। ଯେହେତୁ ନୂଆ ସିବିଆଇ ମୁଖ୍ୟଙ୍କୁ ନିଯୁକ୍ତି ଦେବା କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ସଦସ୍ୟ ରହିଛନ୍ତି, ତେଣୁ ସେ ଏହି ମାମଲାର ଶୁଣାଣି କରିପାରିବେ ନାହିଁ ବୋଲି କହିଛନ୍ତି। ସେ ନାଗେଶ୍ୱର ରାଓଙ୍କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ଅନ୍ୟ ଏକ ବେଞ୍ଚକୁ ପଠାଇ ଦେଇଛନ୍ତି। ଜଷ୍ଟିସ୍‌ ଏକେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି ଆସନ୍ତା ୨୪ ତାରିଖରେ କରାଯିବ।

କେନ୍ଦ୍ର ସରକାର ବେଆଇନ୍‌ ଭାବେ ଏମ୍‌ ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ କରି ଏକ ଏନ୍‌ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।



from Odisha Reporter http://bit.ly/2Uc2YCf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages