ମାର୍କେଟ୍‌ରେ ଏବେ ଓଲଟା ଜିନ୍ସର ଟ୍ରେଣ୍ଡ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ମାର୍କେଟ୍‌ରେ ଏବେ ଓଲଟା ଜିନ୍ସର ଟ୍ରେଣ୍ଡ୍‌ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫ୍ୟାଶନ୍‌ ଦୁନିଆରେ କେବେ କ’ଣ ଟ୍ରେଣ୍ଡ୍‌ ଆସେ, କିଛି କହି ହେବ ନାହିଁ। କିଛି ଦିନ ତଳେ ଏକ ଜିନସ୍‌ର ଲୁକ୍‌ ଭାଇରାଲ୍ ହୋଇଥିଲା, ଯାହାର ଗୋଟିଏ ପ୍ୟାଣ୍ଟ୍‌ ଢିଲା ଓ ଗୋଟିଏ ଟାଇଟ୍‌ ରହିଥିଲା। ଏହାକୁ ନେଇ ସୋଶାଲ ମିଡିଆରେ ଅନେକ ଚର୍ଚ୍ଚା ହୋଇଥିଲା।

ପ୍ରକୃତରେ କହିବାକୁ ଗଲେ, ଫ୍ୟାଶନ ଦୁନିଆରେ ସବୁ କିଛି ସମ୍ଭବ। କିଛି ବି ନୂଆ ଫ୍ୟାଶନ ଟ୍ରେଣ୍ଡ ମାର୍କେଟକୁ ଆସିଲେ ଏହା ଧିରେ ଧିରେ ଯୁବପିଢ଼ୀଙ୍କ ମଧ୍ୟରେ ଖୁବ୍‌ କମ୍‌ ସମୟରେ ଲୋକପ୍ରିୟ ହୋଇଯାଏ। ବର୍ତ୍ତମାନ ମାର୍କେଟକୁ ଏପରି ଏକ ଜିନ୍ସପ୍ୟାଣ୍ଟ ଆସିଛି।

ଯାହାକୁ ପିନ୍ଧିବା ମାତ୍ରେ ଦେଖୁଥିବା ଲୋକ ଭାବି ନେଇପାରେ ଯେ ଆପଣ ଭୁଲବସତଃ ଏହି ପ୍ୟାଣ୍ଟଟିକୁ ଓଲଟା ପିନ୍ଧି ଦେଇଛନ୍ତି। ଏପରି ହୋଇପାରେ କେହି କେହି ଆପଣଙ୍କ ଉପରେ ହସି ବି ପାରନ୍ତି । କିନ୍ତୁ ସେମିତି ନୁହେଁ, ଏହାର ଡିଜାଇନ୍‌ ହିଁ ଏପରି।

ଏ ବିଷୟରେ ଜାଣି ନ ଥିବା ଲୋକ ଏହାକୁ ଦେଖିବା ମାତ୍ରେ ଓଲ୍‌ଟା ପ୍ୟାଣ୍ଟ ପିନ୍ଧିଥିବା କହିପାରନ୍ତି। ଏହି ଜିନ୍ସରେ ଭିତର ପକେଟ୍‌ ଓ ସିଲେଇ ଉପରକୁ ଦେଖାଯାଇଥାଏ। ଏହାର ନାମ ‘ମିଡ ରାଇଜ ରିବର୍ସ ଜିନ୍ସ”। ଯାହାର ମୂଲ୍ୟ ୧୫୦୦ ଟଙ୍କାରୁ ଆରମ୍ଭ ।

ବଜାରକୁ ଏହି ଜିନ୍ସ ଆସିବା ପରେ ସୋସିଆଲ୍‌ ମିଡିଆରେ ଏହାକୁ ନେଇ ତାତ୍ସଲ୍ୟ କରାଯାଉଛି। ଏହାକୁ ନିର୍ମାଣ କରିବା କମ୍ପାନୀ କ’ଣ ଭାବି ଏହାକୁ କରିଛନ୍ତି ତାହା ଜାଣିବାର ବିଷୟ ବୋଲି ଅନେକ କହୁଛନ୍ତି।



from Odisha Reporter http://bit.ly/2DnYG50

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages