ବିଜେଡି ଓ ବିଜେପିକୁ ପରୋକ୍ଷ ସମାଲୋଚନା କଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ବିଜେଡି ଓ ବିଜେପିକୁ ପରୋକ୍ଷ ସମାଲୋଚନା କଲେ ବୈଜୟନ୍ତ

BaijayantaPanda

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଦଳୀୟ ସମାବେଶରେ ସେ ବିଭିନ୍ନ ବିଫଳତା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବେ ବୋଲି ରାଜ୍ୟର ଦଳୀୟ କର୍ମୀ ଓ ନେତା ଆଶା କରିଥିଲେ। କିନ୍ତୁ ସେମିତି କିଛି ହେଲାନି। ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ ଖୁବ୍ ଅଳ୍ପ କହିଥିଲେ।

ଆଉ ବଲାଙ୍ଗିରରେ ବିଜେଡି ଓ ନବୀନ ସରକାର ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନରମ ଆଭିମୁଖ୍ୟ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ସେ ପରୋକ୍ଷରେ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଛନ୍ତି।

ବୈଜୟନ୍ତ ଟ୍ୱିଟ୍ କରି ଲେଖିଛନ୍ତି,“ପରସ୍ପର ଖେଳନା ବନ୍ଧୁକରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଚଲାଇଛନ୍ତି। ଆକ୍ରମଣର ପ୍ରଚଣ୍ଡ ଶବ୍ଦ ହେଉଛି, କିନ୍ତୁ ଏହା ବାଣ ଫୁଟିବା ଶବ୍ଦ ଭଳି, ଗୁଳିଗୋଳାର ନୁହେଁ।”

ବିଜେଡି ଓ ବିଜେପି ଉଦ୍ଦେଶ୍ୟରେ ସେ ଆହୁରି ଲେଖିଛନ୍ତି ଯେ, ଯଦି ସଂସଦର ଭୋଟିଂ ରେକର୍ଡ ଦେଖାଯିବ, ତା’ହେଲେ ସଂପର୍କ ସ୍ପଷ୍ଟ ବାରି ହେବ। ବଡ଼ ବଡ଼ ଦୁର୍ନୀତିର ତଦନ୍ତ ପ୍ରକ୍ରିୟାର ଗତି ଦେଖିଲେ ସବୁକିଛି ଜଣା ପଡ଼ିଯିବ। ଉଭୟ ପକ୍ଷର ଜିତ୍ ହେଉଛି, କେବଳ ଓଡ଼ିଶା ଯାହା ହାରୁଛି।

ଆଜି ପ୍ରଧାନମନ୍ତ୍ରୀ ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ପଥରଚେପାରେ ଅନୁଷ୍ଠିତ ଦଳୀୟ ସମାବେଶରେ କହିଥିଲେ,“ଏଠାକାର ସରକାରଙ୍କର କ’ଣ ହୋଇଛି? ଏଠାକାର ସରକାର ଶୋଇ ରହିଛନ୍ତି। ଏଠାକାର ସରକାର ଟଙ୍କା ଖର୍ଚ୍ଚ ନ କରି ପକାଇ ରଖିଛନ୍ତି।”

ପ୍ରଧାନମନ୍ତ୍ରୀଙ୍କ ପୂରା ଭାଷଣ ଭିତରେ ରାଜ୍ୟ ସରକାରଙ୍କ ବିରୋଧ କେବଳ ଏତିକି ଥିଲା ଶାଣିତ ସମାଲୋଚନା। ଆଉ ସେମିତି କିଛି ଶୁଣିବାକୁ ମିଳି ନଥିଲା। ଏ ସମାଲୋଚନା କଲା ବେଳେ ସେ କହିଥିଲେ ଯେ ସରକାର (ଓଡ଼ିଶା ସରକାର) ନିର୍ବାଚନ ପାଇଁ ଟଙ୍କା ପକାଇ ନ ରଖନ୍ତୁ,ଲୋକଙ୍କ କଥା ବୁଝନ୍ତୁ।

ତା’ସହିତ ଓଡ଼ିଶାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ସେ ଦୋହରାଇ ଥିଲେ। ସେ କହିଥିଲେ, ଓଡ଼ିଶାରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଗୁରୁତ୍ୱ ଦେଉଛି। ରେଳ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ପୂର୍ବ ସରକାର ତୁଳନାରେ ଆମେ ଓଡ଼ିଶାକୁ ୫ ଗୁଣ ଅଧିକ ଅର୍ଥ ଦେଇଛୁ।

ଏହି ଦଳୀୟ ସଭାରେ ସେ ବିଶେଷ କରି ତାଙ୍କ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ତା’ ସହିତ ପରୋକ୍ଷରେ କଂଗ୍ରେସ ଓ ମହାମେଣ୍ଟକୁ ଟାର୍ଗେଟ୍ କରିଥିଲେ।



from Odisha Reporter http://bit.ly/2DbuoSS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages