ଆତଙ୍କୀଙ୍କୁ ମାରିବାରୁ ସୁରକ୍ଷାକର୍ମୀଙ୍କୁ ଟେକା ମାରିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଆତଙ୍କୀଙ୍କୁ ମାରିବାରୁ ସୁରକ୍ଷାକର୍ମୀଙ୍କୁ ଟେକା ମାରିଲେ ଲୋକେ

ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲଗାମ୍‌ଠାରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏନ୍‌କାଉଣ୍ଟର ପରେ ସ୍ଥାନୀୟ ଲୋକମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଟେକାପଥର ମାଡ଼ କରିଛନ୍ତି। ସୁରକ୍ଷାକର୍ମୀ ମଧ୍ୟ ଲୋକଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଛନ୍ତି। ଏବେ ବି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି।

କୁଲଗାମ ଜିଲ୍ଲା ୟାରିପୋରା ଅଞ୍ଚଳରେ ଥିବା କଟାପୋରା ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ସେମାନଙ୍କୁ ଧରିବା ପାଇଁ ସମଗ୍ର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କର୍ଡନ କରାଯାଇଥିଲା। ତେବେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା।

ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି। କିନ୍ତୁ ସେମାନଙ୍କ ପରିଚୟ ମିଳିପାରିନାହିଁ। ଏହି ଏନ୍‌କାଉଣ୍ଟର ଖବର ପ୍ରଚାର ହେବା ପରେ ଶହଶହ ଲୋକ ରାସ୍ତା ଉପରକୁ ଆସି ସୁରକ୍ଷାକର୍ମୀଙ୍କୁ ଟେକାମାଡ଼ କରିଥିଲେ। ସେମାନଙ୍କୁ ଚାଲିଯିବାକୁ ସୁରକ୍ଷାକର୍ମୀମାନେ କହିଥିଲେ ହେଁ ଏହାକୁ କେହି ବି ଖାତିର କରି ନଥିଲେ। ଫଳରେ ଲୋକଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲୁହ ବୁହା ଗ୍ୟାସ୍‌ ମାଡ଼ କରାଯାଇଥିଲା।

ଏହି ଘଟଣା ପରେ କୁଲଗାମ ଓ ସୋପିଆନ୍‌ରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି।



from Odisha Reporter http://bit.ly/2FrYPFW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages