ହାଇକୋର୍ଟ ସ୍ଥାୟୀ ବେଞ୍ଚ: ସମାଧାନ ଚାହୁଁନାହାନ୍ତି ମୁଖ୍ୟମନ୍ତ୍ରୀ, ଓଲଟା ନିଜ ପିଠି ଥାପୁଡ଼ାଉଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ହାଇକୋର୍ଟ ସ୍ଥାୟୀ ବେଞ୍ଚ: ସମାଧାନ ଚାହୁଁନାହାନ୍ତି ମୁଖ୍ୟମନ୍ତ୍ରୀ, ଓଲଟା ନିଜ ପିଠି ଥାପୁଡ଼ାଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗକୁ ନେଇ ଦୀର୍ଘ ୩ମାସରୁ ଅଧିକ ସମୟ ଧରି ପଶ୍ଚିମ ଓଡ଼ିଶାରେ ଲାଗି ରହିଥିବା ସରକାରୀ ଅଚଳାବସ୍ଥା ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବୁମେରାଂ ହେବାର ଆଶଙ୍କା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାନୁଆରୀ ୧୫ରେ ପ୍ରସ୍ତାବିତ ବଲାଙ୍ଗିର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ଦୁଇଦିନ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖି ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଭାଗରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଅବିଭକ୍ତ କୋରାପୁଟରୁ ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ଓ ସମ୍ବର୍ଦ୍ଧନା ଦେବା ପରୋକ୍ଷରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନର ଦାବିକୁ ଦୁର୍ବଳ କରାଇବାର ଆଶଙ୍କା ରହିଛି।

ପଶ୍ଚିମ ଓଡ଼ିଶାରେ ଦୀର୍ଘବର୍ଷ ଧରି ସ୍ଥାୟୀ ବେଞ୍ଚ ଦାବି ହୋଇଆସିଛି। ପଶ୍ଚିମ ଓଡ଼ିଶାର ଓକିଲମାନେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଗତବର୍ଷ ସେପ୍ଟେମ୍ବର ୫ରୁ ଆନ୍ଦୋଳନ କରୁଥିବାବେଳେ ନଭେମ୍ବର ୧୭ରୁ ସରକାରୀ ଅଫିସଗୁଡ଼ିକ କାର୍ଯ୍ୟ କରିପାରୁନି।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ୫ମାସ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୫ ତାରିଖରେ ମଧ୍ୟ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଆଉ ସେତେବେଳେ ମଧ୍ୟ କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ ପ୍ରସାଦ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମତି ପତ୍ର ସହ ରାଜ୍ୟ ସରକାରଙ୍କୁ ଏକ ବିସ୍ତୃତ ପ୍ରସ୍ତାବ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ଏହାଛଡ଼ା ୨୦୧୮ ଜାନୁଆରୀ ୫ ଓ ୨୦୧୮ ଅଗଷ୍ଟ ୩ ତାରିଖରେ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦୁଇଟି ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।

୨୦୧୩ ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟର ୨ଟି ସ୍ଥାୟୀ ବେଞ୍ଚ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଭାଗରେ ସ୍ଥାପନ କରିବାକୁ ଚିଠି ଲେଖିଥିଲେ। ସେହି ଚିଠିକୁ କେନ୍ଦ୍ର ସରକାର ସେତେବେଳେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଇଥିଲେ। ଯେପର୍ଯ୍ୟନ୍ତ ରାଜ୍ୟର ଏହି ପ୍ରସ୍ତାବ ଉପରେ ରାଜ୍ୟପାଳ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମତି ସହ ବିସ୍ତୃତ ପ୍ରସ୍ତାବ ନମିଳିଛି, ସେପର୍ଯ୍ୟନ୍ତ କେନ୍ଦ୍ର ସରକାର ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ କୌଣସି ପ୍ରକ୍ରିୟା ଆରମ୍ଭ କରିପାରିବେ ନାହିଁ ବୋଲି ସେଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା।

ଆଉ ଏସବୁ ଜାଣି ମଧ୍ୟ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଣିଥରେ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଚିଠି ଲେଖିବା ଏବଂ ପଶ୍ଚିମ ଓଡ଼ିଶାରେ ଜନଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିବା ବେଳେ ଦକ୍ଷିଣ ଓଡ଼ିଶାର ପ୍ରତିନିଧିଙ୍କ ଦ୍ୱାରା ନିଜ ପିଠିକୁ ନିଜେ ଥାପୁଡ଼ାଇବା ପାଇଁ ବ୍ୟବସ୍ଥା କରିବା ଏକ ପ୍ରକାରର ପ୍ରହସନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଯଶୋବନ୍ତ ସିଂହ ଆୟୋଗଙ୍କ ସୁପାରିସ ଆଧାରରେ ରାଜ୍ୟରେ ସ୍ଥାୟୀ ବେଞ୍ଚ କିଭଳି ସ୍ଥାପନ ହୋଇପାରିବ ଓ ନିର୍ଦ୍ଧାରିତ ଫର୍ମାଟରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇହେବ ସେ ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆନ୍ତରିକତା ଦେଖାଇଲେ ରାଜ୍ୟର ଗୋଟିଏ ଭାଗରେ ଜନଜୀବନକୁ ବିପର୍ଯ୍ୟସ୍ତ କରିବା ଭଳି ଆନ୍ଦୋଳନକୁ ପ୍ରଶମିତ କରାଯାଇ ପାରନ୍ତା ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି।



from Odisha Reporter http://bit.ly/2QHyO7E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages