
ମୁମ୍ବାଇ: ପ୍ରଖ୍ୟାତ ଡିଜାଇନର୍ ରୋହିତ ବଲ୍ଙ୍କ ପୋଷାକ ପିନ୍ଧି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ ତଥା ମଡେଲ ଡାଏନା ଗତକାଲି ରାତିରେ ରାମ୍ପ ଶୋ’ କରିଥିଲେ। ତେବେ ସେଠାରେ ଉପସ୍ଥିତ ଦର୍ଶକମାନେ ଅଭିନେତା ଓ ଅଭିନେତ୍ରୀଙ୍କ ବଦଳରେ ଶୋ’ ଭିତରକୁ ପଶି ଆସିଥିବା ଏକ ବୁଲା କୁକୁର ଉପରେ ଗୁରୁତ୍ୱ ଦେଇଥିଲେ। କୁକୁରଟି ରାମ୍ପ ଶୋ’ରେ ପ୍ରବେଶ କରିବା ସହ ସିଦ୍ଧାର୍ଥ ମାଲହୋତ୍ରା ଚାଲିବା କ୍ଷଣି ତାଙ୍କ ଆଗେଆଗେ ଚାଲିବା ଆରମ୍ଭ କରିଥିଲା। ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପ୍ରଥମେ କୁକୁରଟି ଶୋ’ରେ ଛିଡ଼ା ହୋଇଥିବା ୫ ଜଣ ମହିଳା ମଡେଲଙ୍କ ପାଖକୁ ଯାଇ ସୁଙ୍ଘିବା ଆରମ୍ଭ କରିଥିଲା। ଏଥିସହ ବେଶ ଆନନ୍ଦର ସହ ନିଜ ଲାଞ୍ଜକୁ ହଲାଇ ଥିଲା। ଏହାପରେ ସେ ସମଗ୍ର ଷ୍ଟେଜରେ ବୁଲିବା ଆରମ୍ଭ କରିଥିଲା। ଠିକ୍ ସିଦ୍ଧାର୍ଥ ଚାଲିବା ପୂର୍ବରୁ ସେ ଆଗ ରାମ୍ପ ଶୋ’ କରିଥିଲା। ତେବେ କୁକୁରଟି ଶେଷରେ ଷ୍ଟେଜ ତଳେ ଥିବା ବୁଦାକୁ ଡିଆଁ ମାରିବା ସହ ସେଠାରୁ ଚାଲି ଯାଇଥିଲା। କିନ୍ତୁ ସେତେବେଳକୁ କୁକୁରର ସବୁ କାର୍ଯ୍ୟକଳାପ କ୍ୟାମେରାରେ କଏଦ ହୋଇ ସାରିଥିଲା।
ଦେଖନ୍ତୁ ଭିଡିଓ
from Odisha Reporter http://bit.ly/2RxXPHC
No comments:
Post a Comment