
ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ମୃତ ଚାଷୀ ଲକ୍ଷ୍ମୀଧର ବେହେରାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗ୍ରାମୀଣ ଆବାସ ପାଇଁ ଲାଞ୍ଚ ନଦେବାରୁ ସହାୟତା ରାଶି ନପାଇ ଲକ୍ଷ୍ମୀଧର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, “ଏହା ସରକାରୀ ପ୍ରାୟୋଜିତ ହତ୍ୟା। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଲକ୍ଷ୍ମୀଧରଙ୍କ ସହ ଘଟିଥିବା ଘଟଣା ସଭ୍ୟ ସମାଜ ପାଇଁ ଲଜ୍ଜା। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ମାନିବାକୁ ପଡ଼ିବ।”
ଲକ୍ଷ୍ମୀଧରଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତାଚ୍ଛଲ୍ୟ କରିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, “ଲକ୍ଷ୍ମୀଧର ମରିବା ପରେ ମୁଖ୍ୟମନ୍ତ୍ରୀ କ’ଣ ଏବେ ପଚାରିବେ ତୁମେ ଖୁସି ଅଛ ତ ? ବିଡିଓଙ୍କ ଉପରେ ସିଧା ଅଭିଯୋଗ ଆସିଛି। ଲକ୍ଷ୍ମୀଧର ମୃତ୍ୟୁ ପୂର୍ବରୁ ନବୀନ ସରକାର ଉପରେ ଅଭିଯୋଗ କରିଛନ୍ତି। ଏଇଟା ଆପଣଙ୍କ ଟ୍ରାନ୍ସପାରେନ୍ସି।”
ଧର୍ମେନ୍ଦ୍ରଙ୍କ ସହ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଆଜି ନିରାକାରପୁର ଗାଁକୁ ଯାଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଏ ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter http://bit.ly/2swrnGv
No comments:
Post a Comment