ଧଳା ଛତ୍ର ତଳେ ସମ୍ପନ୍ନ ହୁଏ ମହାପ୍ରଭୁଙ୍କ ଅଭିଷେକ, ଏମିତି ହୁଏ ନୀତି    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ଧଳା ଛତ୍ର ତଳେ ସମ୍ପନ୍ନ ହୁଏ ମହାପ୍ରଭୁଙ୍କ ଅଭିଷେକ, ଏମିତି ହୁଏ ନୀତି   

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ପୌଷ ପୂର୍ଣ୍ଣିମା ଏକ ପ୍ରମୁଖ ଉତ୍ସବ। ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମଗ୍ର ବିଶ୍ୱର ଶ୍ରେଷ୍ଠ ଆରାଧ୍ୟ ହୋଇଥିବାରୁ ଏହି ଅବସରରେ ଦାରୁ ବିଗ୍ରହଙ୍କ ଅଭିଷେକ ବା ଦେବାଭିଷେକ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ। ସ୍କନ୍ଦ ପୂରାଣ ବର୍ଣ୍ଣନା ମୁତାବକ ଏହି ପର୍ବ ବ୍ରହ୍ମାଙ୍କ ଦ୍ୱାରା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ପୌଷ ପୂର୍ଣ୍ଣିମାରେ ଭଗବାନ ରାମ ୧୪ ବର୍ଷ ବନବାସରୁ ଫେରିବା ପରେ ରାଜ ସିଂହାସନରେ ବସିଥିଲେ। ଏହାର ସ୍ମୃତୀଚାରଣ କରିବାକୁ ଯାଇ ରାମ ସ୍ୱରୁପ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ରାଜା ଭାବେ ବେଶ ଓ ଅଭିଷେକ କରାଯାଏ ବୋଲି କୁହାଯାଏ।

ପୂର୍ବରୁ ଏହି ଦିନ ମହାପ୍ରଭୁ ଦୁର୍ଲଭ ରଘୁନାଥ ବେଶ ହେଉଥିବା କଥା କିଛି ଗବେଷକ କୁହନ୍ତି(କଥାଟି ଗବେଷଣା ସାପେକ୍ଷ)। ଯାହାକି ବର୍ତ୍ତମାନ ରାଜାଧିରାଜ ବେଶ ନାମରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି। ଏହି ବେଶରେ ସୁନା ବେଶ ଧାରଣ କରନ୍ତି ଶ୍ରୀ ବିଗ୍ରହମାନେ । ଜଣେ ସେବକ ଶୁକ୍ଳ ଛତା ବା ଧଳା ଛତା ଧାରଣ କରି ଜଗନ୍ନାଥଙ୍କ ବାଡ଼ରେ ଠିଆ ହୋଇଥାନ୍ତି। ସେହିପରି ଜଣେ ପାଳିଆ ସେବକ ସିଂହାସନ ଉପରେ ମହାପ୍ରଭୁ ପାଦ ଦେଶର ଆଣ୍ଠୁମାଡ଼ି ବସି ରହିଥାନ୍ତି।

ପାରମ୍ପରିକ କ୍ରମେ କୌଣସି ରାଜାଙ୍କୁ ଅଭିଷେକ କରିବା ସମୟରେ ତାଙ୍କ ମଥା ଉପରେ ଧଳା ଛତା ଧାରଣ ପୂର୍ବକ କେହି ପାର୍ସଦ ଛିଡା ହୋଇ ରହିଥାନ୍ତି। ଯାହାକୁ ଆଧାର କରି ଶ୍ରୀମନ୍ଦିରରେ ଠାକୁରଙ୍କ ଅଭିଷେକ ସମୟରେ ସେବକ ଛତ୍ର ଧାରଣ କରିବାର ପ୍ରଥା ରହିଛି।

ପୌଷପୂର୍ଣ୍ଣିମା ପୂର୍ବ ଦିନ ୧୦୮(୮୭ ଗରା ଜଳ, ୨୧ ଗରା ଘିଅ) ଜଳ କଳସ ଜଳରେ କର୍ପୁର, ଚନ୍ଦନ ଓ ଘିଅ ମିଶ୍ରିତ କରି ଅଧିବାସ କରି ରଖାଯାଇଥାଏ। ପୂର୍ଣ୍ଣିମା ସକାଳେ ଏହି କଳସ ଜଳ ଆଣି ମହାପ୍ରଭୁଙ୍କ ଦର୍ପଣୀ ସ୍ନାନ ସମୟରେ ଅଭିଷେକ କରାଯାଏ ଓ ଏହାପରେ ରାଜବେଶ ସମ୍ପନ୍ନ କରାଯାଇଥାଏ।

ଅଧିବାସ ଜଳ

ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ୨୫ ଗରା ପାଣି, ୬ ଗରା ଘିଅ, ଦେବୀ ସୁଭଦ୍ରାଙ୍କ ବାଡ଼ରେ ୨୫ ଗରା ପାଣି, ୬ ଗରା ଘିଅ, ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ୨୫ ଗରା ପାଣି, ୬ ଗରା ଘିଅ ଓ ଶ୍ରୀ ସୁଦର୍ଶନଙ୍କ ଲାଗି ୧୨ ଗରା ପାଣି, ୩ ଗରା ଘିଅ ଲାଗି କରାଯାଏ।

 



from Odisha Reporter http://bit.ly/2sGMm9C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages