କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମାଡ଼ପିଟ୍‌ ଘଟଣା: ଏଫ୍‌ଆଇଆର୍‌ ପରେ ନିଲମ୍ବିତ ହେଲେ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମାଡ଼ପିଟ୍‌ ଘଟଣା: ଏଫ୍‌ଆଇଆର୍‌ ପରେ ନିଲମ୍ବିତ ହେଲେ ବିଧାୟକ

ବେଙ୍ଗାଲୁରୁ: ରିସର୍ଟ ମଧ୍ୟରେ ଦୁଇ କର୍ଣ୍ଣାଟକା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମାଡ଼ପିଟ୍‌ ଘଟଣା ଦିନକୁ ଦିନ ବିସ୍ଫୋରକ ରୂପ ନେବାରେ ଲାଗିଛି। ମାଡ଼ ଖାଇଥିବା କଂଗ୍ରେସ ବିଧାୟକ ଆନନ୍ଦ ସିଂହ ଏନେଇ ମାଡ଼ ମାରିଥିବା ବିଧାୟକ ଜେଏନ୍‌ ଗଣେଶଙ୍କ ବିରୋଧରେ ଆଜି ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି।

ଏହି ଏଫ୍‌ଆଇଆର୍‌ ପରେ କଂଗ୍ରେସ କଠୋର ଆଭିମୁଖ୍ୟ ଗ୍ରହଣ କରି ବିଧାୟକ ଜେଏନ୍‌ ଗଣେଶଙ୍କୁ ଦଳରୁ ନିଲମ୍ବିତ କରିଛି। ତାଙ୍କୁ କର୍ଣ୍ଣାଟକା ପିସିସି ସଭାପତି ଦୀନେଶ ଗୁଣ୍ଡୁ ରାଓଙ୍କ ନିର୍ଦ୍ଦେଶକ କ୍ରମେ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

ଏଥିସହ ଦୁଇ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମାଡ଼ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ କରାଯାଇଛି। ଏହି ୩ ଜଣିଆ ସ୍ୱତନ୍ତ୍ର କମିଟିର ନେତୃତ୍ୱ ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ନେବେ। ଏଥିରେ ମନ୍ତ୍ରୀ କ୍ରିଷ୍ଣା ବାୟର ଗୌଡ଼ା ଓ କେଜେ ଗର୍ଗ ରହିଛନ୍ତି।

ଏହାପୂର୍ବରୁ ବିଧାୟକ ଶ୍ରୀ ସିଂହ ତାଙ୍କ ଦଳର ଅନ୍ୟତମ ବିଧାୟକ ଜେଏନ୍‌ ଗଣେଶ ତାଙ୍କୁ ଗତ ସପ୍ତାହରେ ଗୋଆ ଉପକଣ୍ଠ ଏଜ୍‌ଲଟନ୍‌ ଗଲ୍ଫ ରିସର୍ଟରେ ଆୟୋଜିତ ବିଧାୟକ ଦଳର ବୈଠକ ବେଳେ ମାଡ଼ ମାରିଥିବା ଅଭିଯୋଗ କରି ଏଫ୍‌ଆଇଆର୍‌ ରୁଜୁ କରିଥିଲେ।
ତେବେ ଏହାକୁ ବିଧାୟକ ଗଣେଶ ଖାରଜ କରିବା ସହ ହୋଟେଲରୁ ପଡ଼ି ଯାଇ ବିଧାୟକ ଶ୍ରୀ ସିଂହ ଆହତ ହୋଇଥିବା କହିଥିଲେ।

ଏହି ଦୁଇ ବିଧାୟକ ବଲ୍ଲାରୀ ଜିଲ୍ଲାରୁ ପ୍ରତିନିଧ୍ୱତ୍ୱ କରୁଛନ୍ତି। ଗଣେଶ କମାଲି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ସିଂହ ବିଜୟନଗରରୁ ନିର୍ବାଚିତ ହୋଇଛନ୍ତି।



from Odisha Reporter http://bit.ly/2U83ocI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages