
ନୂଆଦିଲ୍ଲୀ: ସର୍ବଦା ପରଦା ପଛରେ ରହି କଂଗ୍ରେସକୁ ଦିଗଦର୍ଶନ ଦେଉଥିବା ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଭଦ୍ରା ଶେଷରେ ରାଜନୀତିରେ ପାଦ ଦେଇଛନ୍ତି। ତାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କ ରାଜନୀତିରେ ଏଭଳି ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ରାଜନୀତିକ ପଣ୍ଡିତଙ୍କ ମତରେ କଂଗ୍ରେସ ପ୍ରିୟଙ୍କାକୁ ଏଭଳି ନିଯୁକ୍ତି ଦେଇ ରାହୁଲ ଗାନ୍ଧିଙ୍କ ବିଫଳତାକୁ ସ୍ୱୀକାର କରିଛି। ରାହୁଲ ଗାନ୍ଧି କଂଗ୍ରେସର ନେତୃତ୍ୱ ନେଇ ନ ପାରିବାରୁ ଦଳ ବାଧ୍ୟ ହୋଇ ପ୍ରିୟଙ୍କାକୁ ରାଜନୀତିକୁ ଆଣିଛି। ୨୦୧୯ ସାଧାରଣ ନିର୍ବାଚନରେ ରାହୁଲ ବିଫଳ ହେବେ ବୋଲି ବୋଧେ କଂଗ୍ରେସ ଏବେଠାରୁ ଜାଣି ସାରିଲାଣି।
ଏଥିସହ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ କଂଗ୍ରେସ କିମ୍ବା ରାହୁଲ ଗାନ୍ଧିଙ୍କ ନେତୃତ୍ୱକୁ ଗ୍ରହଣ କରୁନଥିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ତେଣୁ କଂଗ୍ରେସ ବାଧ୍ୟ ହୋଇ ପ୍ରିୟଙ୍କାଙ୍କୁ ଆଣିଥିବା ରାଜନୀତିକ ପଣ୍ଡିତମାନେ ମତଦେଇଛନ୍ତି।
ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି,“ ରାହୁଲ ଗାନ୍ଧିଙ୍କ ନେତୃତ୍ୱକୁ ବିଭିନ୍ନ ଆଞ୍ଚଳିକ ଦଳ ଗ୍ରହଣ କଲେନାହିଁ। ତେଣୁ ଏବେ ପାରିବାରିକ ମେଣ୍ଟ ଆରମ୍ଭ ହୋଇଛି। କଂଗ୍ରେସ ସର୍ବସାଧାରଣରେ ରାହୁଲ ଗାନ୍ଧି ଫେଲ ମାରିଛନ୍ତି ବୋଲି ସ୍ୱୀକାର କରିଛି।
ଏଥିସହ ପରିବାର ମଧ୍ୟରୁ ଆଉ ଜଣଙ୍କୁ ରାଜନୀତିକୁ ଆଣିଛି। ମହାଗଠବନ୍ଧନରୁ କଂଗ୍ରେସ ବିଦା ହେବା ପରେ କଂଗ୍ରେସ ପାଖରେ ଏହି ଗୋଟିଏ ମାତ୍ର ବିକଳ୍ପ ରହିଥିଲା। ଗୋଟିଏ ପରିବାରରୁ କଂଗ୍ରେସ ନେତା ନିର୍ବାଚିତ ହେଉଛନ୍ତି। ଏହା ହେଉଛି ବିଜେପି ଓ କଂଗ୍ରେସ ମଧ୍ୟରେ ପାର୍ଥକ୍ୟ।”
from Odisha Reporter http://bit.ly/2RH8K1I
No comments:
Post a Comment