
ବ୍ରାଜିଲ୍: ବ୍ୟାଙ୍କରେ କାମ କରୁଥିବା କର୍ମଚାରୀଙ୍କ ପୋଷାକ ପରିଧାନ ବେଶ୍ ସିଧାସାଧା ଥାଏ। ମହିଳା ହୁଅନ୍ତୁ କି ପୁରୁଷ ସମସ୍ତଙ୍କ ପୋଷାକରେ ଶାଳୀନତା ଦେଖିବାକୁ ମିଳେ। କିନ୍ତୁ ଆପଣ କେବେ କୌଣସି ବ୍ୟାଙ୍କ କର୍ମଚାରୀଙ୍କୁ ସ୍ପାଇଟର୍-ମ୍ୟାନ୍ ଗେଟ୍ଅପ୍ରେ କାମ କରୁଥିବାର ଦେଖିଛନ୍ତି କି?
ହୁଏତ ଦେଖି ନ ଥିବେ, କିନ୍ତୁ ନିକଟରେ ଏମିତି ଗେଟ୍ଅପ୍ରେ ଆସି ଜଣେ ବ୍ୟାଙ୍କ କର୍ମଚାରୀ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଘଟଣାଟି ଘଟିଛି ବ୍ରାଜିଲ୍ରେ।
ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ବ୍ୟାଙ୍କରେ ସ୍ପାଇଡର୍-ମ୍ୟାନ୍ ପୋଷାକ ପିନ୍ଧି କାମ କରୁଥିବା ଦେଖିବାକୁ ମିଳିଛି। ନାଲି ରଙ୍ଗର ସ୍ପାଇଡର୍-ମ୍ୟାନ୍ ପୋଷାକ ପିନ୍ଧି ବ୍ୟକ୍ତି ଜଣଙ୍କ ନିଜ ସହକର୍ମୀଙ୍କ ସହ କଥା ହେଉଛନ୍ତି ଏବଂ କାମ କରୁଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ଏଭଳି ଗେଟ୍ଅପ୍ ନେଇ କୌଣସି ସଙ୍କୋଚ ମଧ୍ୟ ଅନୁଭବ କରୁନାହାନ୍ତି।
ଆପଣ ଭାବୁଥିବେ ସେ ଏମିତି କରିବା ପଛର କାରଣ କଣ?
ବାସ୍ତବ କଥା ହେଉଛି, ବ୍ରାଜିଲ୍ର ଏହି ବ୍ୟାଙ୍କ୍ କର୍ମଚାରୀ ଚାକିରିରୁ ଅବସର ନେବା ପୂର୍ବ ଦିନ ନିଜକୁ ସୁପର୍ହିରୋ ଭାବେ ଦେଖିବାକୁ ଇଚ୍ଛା କରିଥିଲେ। ତେଣୁ ସେ ସ୍ପାଇଡର୍-ମ୍ୟାନ୍ ପୋଷାକ ପିନ୍ଧି ଅଫିସ୍ ଯାଇଥିଲେ। ତାଙ୍କ କର୍ମଚାରୀମାନେ ମଧ୍ୟ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇଥିଲେ। ବ୍ୟାଙ୍କରେ ସମସ୍ତେ ତାଙ୍କ ଗେଟ୍ଅପ୍କୁ ଦେଖି ଖୁସି ମଜା କରିଥିଲେ।
ଏବେ ଏହି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଆଉ ଭିଡିଓଟିକୁ ଉକ୍ତ ବ୍ୟକ୍ତିଙ୍କର ଜଣେ ସହକର୍ମୀ ତାଙ୍କର ୟୁଟ୍ୟୁବ୍ରେ ଶେଆର କରିଛନ୍ତି।
http://bit.ly/2UoIJRE
from Odisha Reporter http://bit.ly/2DNjBi3
No comments:
Post a Comment