ଦଇତାପତି ନିଯୋଗ ନିର୍ବାଚନ ଫଳାଫଳ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

ଦଇତାପତି ନିଯୋଗ ନିର୍ବାଚନ ଫଳାଫଳ ଘୋଷଣା

puritemple

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଦଇତାପତି ନିଯୋଗ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ରବୀନ୍ଦ୍ର ଦାସ ମହାପାତ୍ର ନିଯୋଗର ନୂଆ ସଭାପତି ହୋଇଥିବା ବେଳେ ସୂର୍ଯ୍ୟ ନାରାୟଣ ସ୍ୱାଇଁ ମହାପାତ୍ର ଉପ-ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ନିଯୋଗର ସ୍ଥାୟୀ ସଭାପତି ନବ କିଶୋର ପତିମାହାପାତ୍ର ଏକ ନୋଟିସ୍ ଜରିଆରେ ଜଣାଇଛନ୍ତି।

ସେହିପରି ଦୁର୍ଗା ପ୍ରସାଦ ଦାସ ମହାପାତ୍ର ନିଯୋଗର ସଂପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ଅମିତ ଦାସ ମହାପାତ୍ର ସହ-ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଚନ୍ଦ୍ର ଶେଖର ଦାସ ମହାପାତ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୨୮ ତାରିଖରେ ଦଇତାପତି ନିଯୋଗ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଥିବା ସ୍ୱତନ୍ତ୍ର କକ୍ଷରେ ଏହି ମତଦାନ ହୋଇଥିଲା।

ଏହି ନିର୍ବାଚନ ପାଇଁ ମୋଟ ୩୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ପରେ ୮ ଜଣ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ଆଉ ୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା।



from Odisha Reporter http://bit.ly/2MHDeej

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages