ଏହି ମାମଲାରେ ଧୋନିଙ୍କ ସମକକ୍ଷ ହେଲେ ରୋହିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଏହି ମାମଲାରେ ଧୋନିଙ୍କ ସମକକ୍ଷ ହେଲେ ରୋହିତ

ମାଉଣ୍ଟ ମାଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ୬୭ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଏହି ଇନିଂସ୍‌ରେ ରୋହିତ ୩ଟି ଚୌକା ୨ଟି ଛକା ମାରିଛନ୍ତି। ତେବେ ଏହି ୨ଟି ଛକା ପରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି।

ଧୋନି ଦିନିକିଆରେ ଭାରତ ପାଇଁ ୨୧୫ଟି ଛକା ମାରିଥିବା ବେଳେ ଆଜି ରୋହିତ ଶର୍ମା ନ୍ୟୁଜିଲ୍ୟାଣ୍ଡର ଲୁକି ଫରଗୁସନ୍‌ଙ୍କୁ  ଛକା ମାରି ଏହି ରେକର୍ଡ ସମକକ୍ଷ ହୋଇଛନ୍ତି। ଧୋନି ୩୩୭ଟି ଦିନିକିଆରେ ୨୧୫ଟି ଛକା ଭାରତ ପାଇଁ ମାରିଥିବା ବେଳେ ରୋହିତ ୧୯୯ଟି ଦିନିକିଆରେ ଏତେ ସଂଖ୍ୟକ ଛକା ମାରି ମାରିଛନ୍ତି।
ସେହିପରି ରୋହିତ ବିଶ୍ୱର ପ୍ରଥମ ଖେଳାଳି ଭାବେ କୌଣସି ଏକ ନିର୍ଦ୍ଦିଷ୍ଟ ଦେଶ ବିପକ୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୬୬ଟି ଛକା ମାରିଛନ୍ତି। ଏହା ପଛକୁ ରୋହିତ ଶ୍ରୀଲଙ୍କା ବିପକ୍ଷରେ ୩୯ଟି ଛକା ମାରିଛନ୍ତି।
୨୧୫ଟି ଛକା ମାରିଥିବା ରୋହିତ କେବଳ ଭାରତରେ ୧୦୦ଟି ଛକା ମାରିଛନ୍ତି।



from Odisha Reporter http://bit.ly/2UmHiU0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages