କାଲି ସାଲେପୁରରେ କ’ଣ କହିବେ ଅମିତ ଶାହ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

କାଲି ସାଲେପୁରରେ କ’ଣ କହିବେ ଅମିତ ଶାହ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ତଥା ରାଜ୍ୟରେ କ୍ଷମତାସୀନ ବିଜେଡି ଉପରେ ରାହୁଲଙ୍କ ଜୋରଦାର ଆକ୍ରମଣ ପରେ ଶାହଙ୍କ କାଉଣ୍ଟରକୁ ଅପେକ୍ଷା। ଲଗାତର ତିନିଟି ସଭାରେ ନବୀନଙ୍କ ପ୍ରତି ମୋଦିଙ୍କ ନରମ ଆଭିମୁଖ୍ୟ ଓ ରାହୁଲଙ୍କ ରିମୋଟ୍ କଣ୍ଟ୍ରୋଲ ଉପାଖ୍ୟାନ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ କିଭଳି ଢଙ୍ଗରେ ଏହାର ଜବାବ ରଖୁଛନ୍ତି ତାକୁ ଅପେକ୍ଷା କରିଛନ୍ତି ବିଜେପି ନେତା ଓ ଜନତା। ୬ ଦିନ ଭିତରେ ଶାହ ଦୁଇ ଥର ଓଡ଼ିଶା ଆସୁଥିବାରୁ ଉତ୍ସାହିତ ଅଛି ରାଜ୍ୟ ବିଜେପି କ୍ୟାମ୍ପ । ଆସନ୍ତାକାଲି ସାଲେପୁରରେ ଶାହ ପୂର୍ବରୁ ଦେଇଥିବା ଟାସ୍କର ହିସାବ ନେବା ସହ ନିର୍ବାଚନ ପାଇଁ ବୁଥସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର।
 
ପୂର୍ବରୁ ନବୀନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ଶାହଙ୍କ ଏଥର ଆଭିମୁଖ୍ୟ କିପରି ରହିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ରାହୁଲଙ୍କ ଆକ୍ଷେପର କିଭଳି ଢଙ୍ଗରେ କାଉଣ୍ଟର କରିବେ ଶାହ?  କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବା ବେଳେ ନବୀନଙ୍କୁ କେଉଁ ଅସ୍ତ୍ରରେ ଆକ୍ରମଣ କରିବେ ବିଜେପି କମାଣ୍ଡର? ତା’ ଉପରେ ମଧ୍ୟ ରହିଛି ସମସ୍ତଙ୍କ ନଜର।
 
ଆସନ୍ତାକାଲି ସାଲେପୁରର କୁଳିଆ ପଡ଼ିଆରେ ସେ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ। ତା’ସହ ଗତ ଜୁଲାଇରେ ଦେଇଥିବା ଟାସ୍କର ହିସାବ ନେବେ। ନିର୍ବାଚନ ପାଇଁ ଆଉ କିଛି ଟାସ୍କ ବି ଦେବେ। ପ୍ରତି ବୁଥ୍‌ରେ ବିଜେପିର କର୍ମୀ ନିଜର ଉପସ୍ଥିତି ଜାହିର କରିବାକୁ ଶାହ ପୂର୍ବରୁ ଦେଇଥିଲେ ହେଭିଟାସ୍କ। ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତି ପଞ୍ଚାୟତରେ ଆନ୍ଦୋଳନ କରିବାକୁ ଶାହ ଦେଇଥିଲେ ପରାମର୍ଶ।
 
ସେପଟେ ଶାହ ଦେଇଥିବା ଟାସ୍କର ୯୯ ପ୍ରତିଶତ ପୂରଣ ହୋଇଥିବା ବେଳେ ତାଙ୍କ ରଣନୀତି ଅନୁସାରେ କେତେକ ଦଳର ବିଧାୟକ ଓ ପୂର୍ବତନ ବିଧାୟକ ବିଜେପି ଆସିବାକୁ ଦରଖାସ୍ତ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ  ଜୁଏଲ ଓରାମ। ଅନ୍ୟପଟେ ଶାହଙ୍କ ଗସ୍ତର  କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଯୁକ୍ତି ବାଢିଛନ୍ତି ବିଜେଡି ଓ  କଂଗ୍ରେସ। 


from Odisha Reporter http://bit.ly/2DDo0En

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages