ଭାରତରେ ହେବ ୨୦୧୯ ଆଇପିଏଲ୍‌, ଜାଣନ୍ତୁ କେବେଠୁ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଭାରତରେ ହେବ ୨୦୧୯ ଆଇପିଏଲ୍‌, ଜାଣନ୍ତୁ କେବେଠୁ ଆରମ୍ଭ

ନୂଆଦିଲ୍ଲୀ: ଫଟାଫଟ୍‌ କ୍ରିକେଟ୍‌ ଆଇପିଏଲ୍‌ର ୧୨ତମ ସଂସ୍କରଣ ଭାରତର ହେବ ନା ବିଦେଶରେ, ତା’କୁ ନେଇ ଚାଲିଥିବା ସସ୍‌ପେନ୍ସ ଉପରୁ ଆଜି ପରଦା ହଟିଛି। ୨୦୧୯ର ଆଇପିଏଲ୍‌ ମ୍ୟାଚ୍‌ ଗୁଡ଼ିକ ଭାରତରେ ହିଁ ଖେଳାଯିବ। ଆଇପିଏଲ୍‌ର ୧୨ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ବୋଲି ବିସିସିଆଇର ପ୍ରଶାସନିକ କମିଟି ବା ସିଏଓ ପକ୍ଷରୁ କୁହାଯାଇଛି।

ସିଏଓ ଆଜି ଦିଲ୍ଲୀରେ ମାରାଥନ ବୈଠକ କରିବା ପରେ ସବୁ ଦିଗକୁ ଦୃଷ୍ଟିରେ ରଖି ଭାରତରେ ମ୍ୟାଚ୍‌ ହେବ ବୋଲି ସୂଚନା ଦିଆଯାଇଛି।

ବିସିସିଆଇ ପକ୍ଷରୁ ଜାରି ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ ୨୦୧୯ ଆଇପିଏଲ୍‌ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ତେବେ ଉପଯୁକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଆଇପିଏଲ୍‌ର ଚୂଡ଼ାନ୍ତ ସୂଚୀ ପ୍ରସ୍ତୁତ କରାଯିବ। ଏଥିସହ ସିଏଓ ସୂଚୀ ପ୍ରସ୍ତୁତ କରିବା ପୂର୍ବରୁ ସମସ୍ତ ଷ୍ଟେକ୍‌ ହୋଲଡରଙ୍କ ସହ ଆଲୋଚନା କରିବ ବୋଲି ସୂଚନା ଦିଆଯାଇଛି।

ପୂର୍ବରୁ ଏପ୍ରିଲ କିମ୍ବା ମେ’ ମାସରେ ଦେଶରେ ସାଧାରଣ ନିର୍ବାଚନ ହେବ ବୋଲି ଜଣାପଡ଼ିଥିଲା। ତେଣୁ ସୁରକ୍ଷା ଦୃଷ୍ଟିରୁ ଆଇପିଏଲ୍‌କୁ ବାହାର ଦେଶରେ କରାଯିବାକୁ ବିସିସିଆଇ ଆଲୋଚନା କରୁଥିଲା। କିନ୍ତୁ ଏବେ ଆଇପିଏଲ୍‌ ପରେ ସାଧାରଣ ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ୨୦୦୯ ଓ ୨୦୧୪ରେ ଆଇପିଏଲ୍‌ ବିଦେଶରେ ଖେଳା ଯାଇଥିଲା।



from Odisha Reporter http://bit.ly/2FfJglg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages